ଆସନ୍ତା ବର୍ଷ ଠାରୁ ସମସ୍ତ ସ୍ମାର୍ଟଫୋନରେ ମିଳିବ ଫିଙ୍ଗର୍‌ ପ୍ରିଣ୍ଟ୍‌ ସ୍କାନର ସୁବିଧା !

49

ଆଜିକୁ ୪ ବର୍ଷ ପୂର୍ବେ ଫିଙ୍ଗରପ୍ରିଣ୍ଟର ସ୍କାନର ଲଞ୍ଚ୍‌ କରାଯାଇଥିବା ବେଳେ,ଆଜିକାଲି ଏହାକୁ ଅତି ସହଜ ଭାବରେ ସ୍ମାର୍ଟଫୋନ୍‌ମାନଙ୍କରେ ଦେଖିବାକୁ ମିଳୁଛି । ତେବେ ଆସନ୍ତା ବର୍ଷ ୨୦୧୮ରୁ ପ୍ରତ୍ୟେକଟି ସ୍ମାର୍ଟଫୋନ୍‌ରେ ଫିଙ୍ଗରପ୍ରିଣ୍ଟ୍‌ ସେନସର୍‌ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି । ମାର୍କେଟ ରିସର୍ଚ୍ଚ କମ୍ପାନି ରିସର୍ଚ୍ଚ ଫର୍ମ କାଉଣ୍ଟର ପଏଣ୍ଟ ତରଫରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ତେବେ ଏହି ସଂସ୍ଥାର କହିବା ଅନୁଯାୟୀ, ଆଗାମୀ ବର୍ଷ ୨୦୧୮ରେ ଫିଙ୍ଗରପ୍ରିଣ୍ଟ୍‌ ସ୍କାନର ଥିବା ପାଖାପାଖି ୧୦ ନିୟୁତ ସ୍ମାର୍ଟଫୋନ୍‌କୁ ବିକ୍ରି କରିବା ଲାଗି କମ୍ପାନି ଯୋଜନା କରୁଛନ୍ତି ।

ପ୍ରଥମେ ଆଇଫୋନ୍‌-୫ରେ ଫିଙ୍ଗରପ୍ରିଣ୍ଟ୍‌ ସ୍କାନର ଖଞ୍ଜା ଯାଇଥିଲା । ଏହା ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା । ତେଣୁ ଫିଙ୍ଗରପ୍ରିଣ୍ଟ ସ୍କାନରର ଜନ ଆପେଲ୍‌ ଆଇଫୋନ୍‌-୫ଏସ୍‌ରୁ ହିଁ ହୋଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଆଉ ଏହାପରେ ଗୋଟିଏ ଗୋଟିଏ କରି ପ୍ରମୁଖ ମୋବାଇଲ୍‌ କଂପାନି ଏହି ପ୍ରଣାଳୀକୁ ନିଜ ନିଜର ସ୍ମାର୍ଟଫୋନ୍‌ ମୋବାଇଲରେ ଦେବାକୁ ଆରମ୍ଭ କରିଦେଲେ । ତେବେ ଏ ନେଇ କାଉଣ୍ଟର୍‌ ପଏଣ୍ଟ କହିଛି ଯେ, ସ୍ମାର୍ଟଫୋନ୍‌ ଉପଭୋକ୍ତାଙ୍କ ଲାଗି ଫିଙ୍ଗରପ୍ରିଣ୍ଟ୍‌ ସେନ୍‌ସର୍‌ଟି ବହୁତ ସୁରକ୍ଷିତ ବୋଲି ବିବେଚନା କରାଯାଉଅଛି । ଯେଉଁ କାରଣକୁ ନେଇ ଗ୍ରାହକଙ୍କ ମଧ୍ୟରେ ଏହି ଫୋନ୍‌ କିଣିବା ଲାଗି ଚାହିଦା ବଢ଼ିଯାଇଛି ।

ରିପୋର୍ଟ ମୁତାବକ୍ ବର୍ଷ ୨୦୧୭ରେ ୧୨ ପ୍ରତିଶତ ସାମସଙ୍ଗ୍‌ ଫୋନ୍‌ ଫିଙ୍ଗରପ୍ରିଣ୍ଟ୍‌ ସ୍କାନର ସହିତ ଆସି ବଜାର ସେୟାରରେ ସବୁଠୁ ଉପରେ ରହିଥିବା ବେଳ ଏହି କ୍ଷେତ୍ରରେ ୧୧ ପ୍ରତିଶତ ସେୟାର୍‌ ସହିତ ଆପଲ୍‌ ଏବଂ ୮ ପ୍ରତିଶତ ସେୟାର୍‌ ସହିତ ହୁଓ୍ଵାଏ ତୃତୀୟ ସ୍ଥାନରେ ରହିଛି । ଏକ ରିପୋର୍ଟରେ କୁହାଯାଇଅଛି କି ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌ ଏବଂ ଡ଼ିଜିଟାଲ୍‌ ପେମେଣ୍ଟ୍‌ର କାରଣକୁ ନେଇ ଫିଙ୍ଗରପ୍ରିଣ୍ଟ୍‌ ସ୍କାନର୍‌ ଥିବା ଫୋନ୍‌ର ଚାହିଦା ଲୋକଙ୍କ କ୍ଷେତ୍ରରେ ବଢ଼ିଯାଇଛି । ଏଥିସହିତ ଏହି ସମୟରେ ଫିଙ୍ଗରପ୍ରିଣ୍ଟ୍‌ ସ୍କାନର୍‌ ସ୍ମାର୍ଟଫୋନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଫିଚର୍‌ରେ ପରିଣତ ହୋଇଛି । ତେବେ ଏହି ସମୟରେ ସବୁଠାରୁ ଶସ୍ତା ଫୋନ୍‌ ରୁପେ ଶାଓମୀ ରେଡ଼୍‍ ମି-୪ ରହିଥିବା ବେଳେ ଏଥିରେ ଫିଙ୍ଗରପ୍ରିଣ୍ଟ୍‌ ସ୍କାନର୍‌ ରହିଛି । ଏହାର ବଜାର ପ୍ରବେଶର ମୂଲ୍ୟ ୬,୯୯୯ଟଙ୍କା ରହିଛି ।