ପୋଲିସ ବାବୁଙ୍କ ଗାଡିରୁ ଆଦାୟ ହେଲା ଜୋରିମାନା । ହେଲମେଟ୍ ପିନ୍ଧିନଥିଲେ, ତଣ୍ଡ ଗଣିଲେ ।

791

କନକ ବ୍ୟୁରୋ : ଆଜି ନୂଆଗାଁ ଛକ ନିକଟରେ ଚେକିଂ ବେଳେ ଜଣେ ପୁଲିସ୍‌ କର୍ମଚାରୀଙ୍କ ଗାଡ଼ିରୁ ଜରିମାନା ଆଦାୟ କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ନୂଆଗାଁ ଛକରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଟ୍ରାଫିକ୍‌ ସଚେତନତା କରାଯାଇଥିଲା । ହେଲମେଟ୍‌ ପିନ୍ଧି ଯାଉଥିବା ଲୋକଙ୍କୁ ଫୁଲ ଦିଆଯାଉଥିବା ବେଳେ ବିନା ହେଲମେଟ୍‌ ବ୍ୟକ୍ତିଙ୍କୁ ସଚେତନ କରାଯାଉଥିଲା ।

ଏହି ସମୟରେ ଜଣେ ଯୁବକ ବିନା ହେଲମେଟ୍‌ରେ ବାଇକ୍‌ ଚଳାଇ ଯାଉଥିଲେ । ତାଙ୍କ ଗାଡ଼ିରେ ପୁଲିସ ଲେଖାଥିଲା । ସେଠାରେ ଉପସ୍ଥିତ ଟ୍ରାଫିକ୍‌ ଏସିପି କିଶୋର ପାଣିଗ୍ରାହୀ ଓ ଥାନା ଅଧିକାରୀ ଗାଡ଼ିଟିକୁ ଅଟକାଇବା ସହ ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲେ । ଜଣାପଡ଼ିଥିଲା, ଯୁବକଙ୍କ ଭାଇ ପୁଲିସ୍‌ରେ ଚାକିରି କରନ୍ତି ଏବଂ ସେ ତାଙ୍କ ଗାଡ଼ି ଚଳାଉଛନ୍ତି । ବିନା ହେଲମେଟ୍‌ରେ ଯୁବକଜଣକ ଯାଉଥିବାରୁ ସଂପୃକ୍ତ ଯୁବକଙ୍କଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏହାସହ ଉକ୍ତ ଗାଡ଼ିରୁ ମଧ୍ୟ ପୁଲିସ ଲେଖାଥିବା ଷ୍ଟିକର୍‌ ବାହାର କରି ଦିଆଯାଇଥିଲା ।