ଧର୍ମେନ୍ଦ୍ରଙ୍କ ବିଶାଳ ସାଇକ୍ଲୋଥନ ପୂର୍ବରୁ କଳିଙ୍ଗ ଷ୍ଟାଡିଅମରେ ଉତ୍ତେଜନା, ଭଙ୍ଗାରୁଜା : ବିଏମସି ଲଗାଇଲା କୋଟିଏ ଟଙ୍କାର ଜରିମନା

27

କନକ ବ୍ୟୁରୋ : ଧର୍ମେନ୍ଦ୍ରଙ୍କ ବିଭାଗର ହୋଡିଂ ଉପରେ ଫାଇନ୍ ଲଗାଇଲା ବିଏମସି । ପେଟ୍ରୋଲିୟମ୍ କନଜରଭେସନ୍ ଆଣ୍ଡ ରିସର୍ଚ ଆସୋସିଏସନ୍ ପକ୍ଷରୁ ଆୟୋଜିତ ବିଶାଳ ସାଇକ୍ଲୋଥନକୁ ନେଇ ସୃଷ୍ଟି ହୋଇଛି ବିବାଦ । ସାଇକ୍ଲୋଥନ୍ ପୂର୍ବରୁ କିଟକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଭଙ୍ଗାରୁଜା ହୋଇଛି । ଅନେକଙ୍କୁ କିଟ୍ ନମିଳିବାରୁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ସେପଟେ ବିନା ଅନୁମତିରେ ହୋଡିଂ ଲଗାଇବା ନେଇ ଆପତି ଉଠାଇଛି ଭୁବନେଶ୍ୱର ମୁନିସପାଲ୍ କର୍ପୋରେସନ୍ । ବେଆଇନ୍ ଭାବେ ହୋଡିଂ ଲଗାଯାଇଥିବାରୁ ଆପତ୍ତି ଉଠାଇ ଏକ କୋଟି ଟଙ୍କାର ଜୋରିମାନା ଲଗାଇଛି ବିଏମସି । ୭ ଦିନ ମଧ୍ୟରେ ଏକ କୋଟି ଟଙ୍କା ଫାଇନ୍ ଦେବାକୁ ପେଟ୍ରୋଲିୟମ୍ କନଜରଭେସନ୍ ଆଣ୍ଡ ରିସର୍ଚ ଆସୋସିଏସନକୁ ଚିଠି ଲେଖିଛି ବିଏମସି । ନହେଲେ ବିଏମସି ବିଜ୍ଞାପନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଉଲ୍ଲେଖ କରାଯାଇଛି । ଆସନ୍ତାକାଲି ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।