ଆପଣଙ୍କ ଆକାଉଣ୍ଟକୁ ଏଲପିଜିର ସବସିଡି ଟଙ୍କା ଯାଉଛି ତ ? ଯଦି ଜାଣିପାରୁନାହାନ୍ତି ତେବେ ମୋବାଇଲ୍ ରୁ ଏଭଳି ଭାବରେ ଜାଣନ୍ତୁ ଯେ ଆପଣଙ୍କୁ ଟଙ୍କା ମିଳୁଛି କି ନାହିଁ !

1,648

ସରକାର ପ୍ରତ୍ୟେକ ଗ୍ରାହକଙ୍କୁ ସବସିଡିର ଟଙ୍କା ଦେଇଥାନ୍ତି । ଯାହା ସିଧାସଳଖ ଆମର ଦିଆଯାଇଥିବା ଆକାଉଣ୍ଟରେ କିଛି ଦିନ ପରେ ଆସିଯାଇଥାଏ । କିନ୍ତୁ ଏଭଳି ଅନେକ ଗ୍ରାହକ ଅଛନ୍ତି ଯାହାଙ୍କୁ ଏ ବିଷୟରେ ଜ୍ଞାତ ହିଁ ନାହିଁ କି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି କି ନାହିଁ । ଯେଉଁ ଗ୍ରାହକଙ୍କୁ ପାଖକୁ ଏହି ଟଙ୍କା ଆସୁଛି ତାହା କେଉଁ ଆକାଉଣ୍ଟକୁ ଆସୁଛି ? ଏହି କାରଣରୁ କିଛି ଗ୍ରାହକଙ୍କ ସବସିଡି ମଧ୍ୟ ମିିଳିନଥାଏ । ତେବେ ଏଭଳି ଗ୍ରାହକ ନିଜ ମୋବାଇଲ୍ ଫୋନରେ ମଧ୍ୟ ଏଲପିଜି ସିଲିଣ୍ଡରରେ ମିଳୁଥିବା ସବସିଡିକୁ ଅନଲାଇନ୍ ଚେକ୍ କରି ଦେଖିପାରିବେ ।

୧ . ସର୍ବପ୍ରଥମେ ନିଜ ମୋବାଇଲରେ http://www.mylpg.in ୱେବସାଇଟକୁ ଖୋଲନ୍ତୁ ।

୨ . ଏହାପରେ ଆପଣ ଯେଉଁ କମ୍ପାନୀର ସିଲିଣ୍ଡର ବ୍ୟବହାର କରୁଛନ୍ତି ତାହାର ଫଟୋ ଉପରେ କ୍ଲିକ୍ କରନ୍ତୁ ।

୩ . ଏଥିରେ ଆପଣଙ୍କୁ ଅନେକ ଅପ୍ସନ୍ ମିଳିଯିବ ଆପଣଙ୍କୁ Audit Distributor କ୍ଲିକ୍ କରିବାକୁ ପଡିବ ।

୪ . ଏବେ ନିଜ ରାଜ୍ୟ,ଜିଲ୍ଲା ଏବଂ ଜିଲ୍ଲା ଏଜେନ୍ସି ନାମ ସିଲେକ୍ଟ କରନ୍ତୁ ।

୫ . ଏଥିରେ ସିକ୍ୟୁରିଟି କାର୍ଡ ବ୍ୟବହାର କରି ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ ।

୬ . ଏହାପରେ ପେଜ୍ ତଳେ କ୍ୟାସ୍ କନ୍ଜମ୍ପସନ୍ ଟ୍ରାନ୍ସଫର୍ ଡିଟେଲ୍ସରେ କ୍ଲିକ୍ କରନ୍ତୁ ।

୭ . ଏଥିରେ ଆପଣଙ୍କୁ ସିକ୍ୟୁରିଟି କୋଡ୍ ପକାଇ ପ୍ରୋସିଡ୍ ଉପରେ କ୍ଲିକ୍ କରିବାକୁ ପଡିବ ।

୮ . ଏଠାରେ ଆପଣଙ୍କୁ ଏଲପିଜି ସିଲିଣ୍ଡରର ସବସିଡିର ସମ୍ପୁର୍ଣ୍ଣ ବିବରଣୀ ମିଳିଥାଏ ।

Comments are closed.