ମୋଦି ସରକାରଙ୍କ ବଡ ଯୋଜନା: ଏଣିକି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ବି ମିଳିବ ପେନସନ

779

ସାଧରଣତଃ ସରକାରୀ ଚାକିରୀ କ୍ଷେତ୍ର ପ୍ରତି ଲୋକମାନଙ୍କର ବେଶି ଆକୃଷ୍ଟ ରହିଥିବା ପଛର ଏକମାତ୍ର କାରଣ ହେଉଛି ୬୦ ବର୍ଷ ପରେ ମିଳୁଥିବା ପେନସନ ବ୍ୟବସ୍ଥା । ଯେଉଁଥି ପାଇଁ କି ଖଣ୍ଡିଏ ସରକାରୀ ଚାକିରୀ ପାଇବା ପାଇଁ ଲୋକେ ଆପ୍ରାଣ ଉଦ୍ୟମ ଜାରି ରଖିଥାନ୍ତି । ଯାହା ଦ୍ୱାରା ସେମାନଙ୍କୁ ଗୋଟିଏ ଭଲ ଚାକିରୀ ମିଳିବା ସହିତ ପରିଣତ ବୟସରେ ବି ଚଳିବାକୁ କୌଣସି ଅସୁବିଧା ନହେଉ । ଯଦିଓ ଏହି ସୁବିଧା ପ୍ରାଇଭେଟ୍ ତଥା ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ ନଥାଏ, ହେଲେ ଯଦି ଟିକିଏ ଚିନ୍ତାକରି କାମ କରାଯାଏ ତେବେ ପ୍ରାଇଭେଟ୍ ଚାକିରୀରେ ମଧ୍ୟ ଆପଣ ନିଜର ଅବସର ତଥା ପରିଣତ ବୟସକୁ ଆର୍ଥିକ ରୂପରେ ସୁଦୃଢ ରଖି ପାରିବେ ।

କିପରି ସମ୍ଭବ ହେବ

କେନ୍ଦ୍ର ସରକାରର ‘ନ୍ୟୁ ପେନସନ ସିଷ୍ଟମ’ ସ୍କିମ ପ୍ରାଇଭେଟ୍ ସେକ୍ଟରଗୁଡିକର କର୍ମଚାରୀମାନଙ୍କ ପାଇଁ ଏକ ନିଶ୍ଚିତ ପେନସନର ସୁବିଧା ସୁନିଶ୍ଚିତ କରିଥାଏ । ବୃଦ୍ଧ କାଳରେ ଯେତେବବେଳେ ଲୋକମାନଙ୍କର ପୁଞ୍ଜିର ବେଶି ଆବଶ୍ୟକତା ରହିଥାଏ ସେତେବେଳେ ପେନସନ ଯୋଜନାଗୁଡିକ ଲୋକଙ୍କୁ ଆର୍ଥିକ ସୁରକ୍ଷା ଏବଂ ସ୍ଥାୟିତ୍ୱ ପ୍ରଦାନ କରିଥାଏ । ତେବେ ଅବସର ଯୋଜନା ବା ରିଟାୟରମେଂଟ ପ୍ଲାନ ଜରିଆରେ ଆପଣ ଆପଣଙ୍କର ଜୀବନଶୈଳୀ ସହିତ କୌଣସି ବୁଝାମଣା କରିବା ପରିବର୍ତ୍ତେ ଜୀବନର ବାକି ଦିନଗୁଡିକୁ ସମ୍ମାନଜନକ ଢଙ୍ଗରେ ବିତାଇ ପାରିବେ । ପେନସନ ସ୍କିମ ପୁଞ୍ଜି ଯୋଗାଡ ଏବଂ ନିବେଶ କରିବାର ଏଭଳି ସୁଯୋଗ ପ୍ରଦାନ କରିଥାଏ ଯେଉଁଥିରେ କି ଜଣେ ବ୍ୟକ୍ତି ନିଜର ମୂଳ ଅର୍ଥ ରାଶି ବ୍ୟତୀତ ନିୟମିତ ମାସିକ ଆୟ ମଧ୍ୟ ପ୍ରାପ୍ତ କରିପାରିବ । ଯେଉଁଥି ପାଇଁ ‘ନ୍ୟାସନାଲ ପେନସନ ସିଷ୍ଟମ’ ତଥା ଏନପିଏସ୍ ଅତ୍ୟନ୍ତ ଲାଭଜନକ ଯୋଜନା ଅଟେ ।

ଜାଣନ୍ତୁ କେତେ ନିବେଶ କଲେ ମିଳିବ କେତେ ପେନସନ

ବୟସ-୩୫

ଅବସର ବୟସ- ୬୦

ଆପଣଙ୍କର ମାସିକ ଯୋଗଦାନ- ୧,୦୦୦ଟଙ୍କା

ବାର୍ଷିକ ବେତନର ସୁଧ ଦର – ୮ ପ୍ରତିଶତ

ନିବେଶର ସମୟ ସୀମା- ୨୫ ବର୍ଷ

ନିବେଶର ମୂଳ ଅର୍ଥ ରାଶି (ବିନା ସୁଧ)- ୩,୦୦,୦୦୦ ଟଙ୍କା

ମୋଟ୍ ଅର୍ଜିତ ସୁଧ- ୬୪୯୧୮୬.୨୧ ଟଙ୍କା

ଏନପିଏସରେ କରାଯାଇଥିବା ମୋଟ୍ ନିବେଶ- ୯୪୯୧୮୬.୨୧ ଟଙ୍କା

ବାର୍ଷିକ ପେନସନ- ୪୫୫୬୦.୯୪ ଟଙ୍କା

ମାସିକ ପେନସିନ- ୩୭୯୬.୭୪ ଟଙ୍କା

ମାଚ୍ୟୁରିଟି ଉପରେ ବାହାରୁ ଥିବା ମୋଟ୍ ଅର୍ଥର ପରିମାଣ- ୩୭୯୬୭୪.୪୮ ଟଙ୍କା

କିଭଳି କାମ କରିଥାଏ ଏନପିଏସ

ଏନପିଏସର ଅଂଶୀଦାର ହେବା ଉପରେ ଗ୍ରାହକଙ୍କୁ ଏକ ୟୁନିକ ପର୍ମାନେଂଟ ରିଟାୟରମେଂଟ ଆକାଉଂଟ ନମ୍ବର ମିଳିଥାଏ । ଗ୍ରାହକ ଅବସର ପାଇବା ଯାଏଁ ଏଥିରେ ଯୋଗଦାନ କରିପାରିବେ । ଅବସରରେ ଗ୍ରାହକ ଜମା କରିଥିବା ମୋଟ୍ ଅର୍ଥର ଏକ ଭାଗ ମୂଳ ଆଧାରରେ ଉଠାଇ ମଧ୍ୟ ପାରିବେ ଏବଂ ବଳକା ଅର୍ଥକୁ ଏକ ଫଣ୍ଡରେ ନିବେଶ କରିବାକୁ ହୋଇଥାଏ । ଯାହାକି ଅବସର ପରେ ମାସିକ ପେନସନ ଆକାରରେ ମିଳିଥାଏ । ଖାଲି ସେତିକି ନୁହେଁ ଯଦି ଉକ୍ତ ବ୍ୟକ୍ତି ବିଶେଷଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଯାଏ ତେବେ ଏହି ଟଙ୍କାକୁ ଉକ୍ତ ବ୍ୟକ୍ତିବିଶେଷ ରଖିଥିବା ଉତ୍ତରାଧିକାରୀଙ୍କୁ ଦିଆଯାଇଥାଏ ।

ଫଣ୍ଡର ନିବେଶ

ଏନପିଏସ ଆଧାରରେ ତିନି ପ୍ରକାରର ଫଣ୍ଡ ରହିଛି । ଇକ୍ୱିଟି, କର୍ପୋରେଟ୍ ବଣ୍ଡ ଏବଂ ସରକାରୀ ସିକ୍ୟୁରିଟି । ସକ୍ରିୟ ଚୟନ ନାମକ ଯୋଜନା ପରିସରରେ ଗ୍ରାହକ ଏହି ତିନୋଟି ଫଣ୍ଡ ମଧ୍ୟରୁ ନିଜର ଅନୁକୂଳ ଫଣ୍ଡ ଚୟନ ନିବେଶ ପାଇଁ କରିପାରିବେ । ଇକ୍ୱିଟି ଫଣ୍ଡରେ ସର୍ବାଧିକ ୫୦ ପ୍ରତିଶତ ଯୋଗଦାନର ନିବେଶ କରିବାର ଅନୁମତି ରହିଛି । ସେହିପରି ସ୍ୱଂୟ ଚୟନ ପରିସରରେ ଏହି ତିନୋଟି ଯାଂକ ଫଣ୍ଡରେ ଗ୍ରାହକଙ୍କ ବୟସକୁ ଆଧାର କରି ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ କର୍ପସର ନିବେଶ କରାଯାଇ ପାରିବ । କମ ବୟସ ଆଧାରରେ ଇକ୍ୱିଟିରେ ଅଧିକ ନିବେଶ ହୋଇଥାଏ ।ଏବଂ ଅଧିକ ବୟସ ଉପରେ ଇକ୍ୱିଟିରେ କେବଳ ୧୦ ପ୍ରତିଶତ ନିବେଶର ଅନୁମତି ରହିଛି ।