ବିଧାନସଭା ବଜେଟ ଅଧିବେଶନ ! ପ୍ରଶ୍ନ କାଳରେ ବକେୟା ରାଜସ୍ୱ ନେଇ ଗୃହରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

34

କନକ ବ୍ୟୁରୋ : ରାଜ୍ୟ ବିଧାନସଭା ଗୃହରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏହା ପୂର୍ବରୁ ଆଜି ବିଧାନସଭାରେ ବକେୟା ରାଜସ୍ୱ ନେଇ ଆଲୋଚନା ହୋଇଛି । ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ଉତର ରଖିଛନ୍ତି । ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ରାଜସ୍ୱ ବକେୟା ପଡିଛି । ୭୪୪୬ କୋଟି ୭୩ ଲକ୍ଷ ବାକି ପଡିଛି ।୩୯ଟି ସଂସ୍ଥା ଉପରେ ଶକ୍ତି ବିଭାଗର ବକେୟା ପଡିଛି । ଶକ୍ତିରେ ୧୨୭୯ କୋଟି ୭୭ ଲକ୍ଷ ଟଙ୍କାର ବକେୟା ରହିଛି ।

ସେହପିରି ଜଳସେଚନର ୫୭ଟି ସଂସ୍ଥା ଉପରେ ୨୧୨୧ କୋଟି ୩୧ ଲକ୍ଷ ଟଙ୍କା ବକେୟା ଥିବା ବେଳେ ୧୦୯ଟି ସଂସ୍ଥା ଉପରେ ବାଣିଜ୍ୟକର ୨୦୮୫ କୋଟି ୯୬ ଲକ୍ଷ ବକେୟା ରହିଛି । ଅବକାରୀରେ ୬୦ ଲକ୍ଷ ୪୧ କୋଟି ବକେୟା ଥିବା ବେଳେ ଜଙ୍ଗଲ ଓ ପରିବେଶରେ ୫୨ କୋଟି ୨୯ ଲକ୍ଷ,ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟୋଗରେ ୩୨୫୫ କୋଟି ୧୪ ଲକ୍ଷ ବକେୟା ଥିବା ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ସୂଚନା ଦେଇଛନ୍ତି ।