ଆର୍ଥିକ ମାନ୍ଦାବସ୍ଥାରୁ ବଞ୍ଚିବା ପାଇଁ ମୋଦି ସରକାରଙ୍କ ବଡ଼ ଘୋଷଣା : ହଟିବ ସରଚାର୍ଜ, କମିବ ଇଏମଆଇ

595

କନକ ବ୍ୟୁରୋ : ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ଦେଶ । ନୀତି ଆୟୋଗର ଏପରି ରିପୋର୍ଟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍ କନଫରେନ୍ସ କରିଛନ୍ତି । କେବଳ ଭାରତରେ ନୁହେଁ, ସାରା ବିଶ୍ୱ ଏବେ ଆର୍ଥିକ ମାନ୍ଦାବନ୍ଧା ଦେଇ ଗତିକରୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସାରା ବିଶ୍ୱ ତୁଳନାରେ ଭାରତର ଅର୍ଥବ୍ୟବସ୍ଥା ଉତ୍ତମ ରହିଛି । ଚୀନ ଓ ଆମେରିକା ମଧରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ମାନ୍ଧାବସ୍ଥା ସୃଷ୍ଟି ହୋଇଛି । ବିଶ୍ୱସ୍ତରୀୟ ମାନ୍ଦାବସ୍ଥାକୁ ବୁଝିବା ଜରୁରୀ ।

କେବଳ ଭାର ନୁହେଁ ସାରା ବିଶ୍ୱରେ ଅର୍ଥବ୍ୟବସ୍ଥା ଖରାପ ସ୍ଥିତି ଦେଇ ଗତି କରୁଛି ।  ଆର୍ଥିକ ମାନ୍ଦାବସ୍ଥା ସତ୍ୱେ ଦେଶରେ ଲଗାତାର ଆର୍ଥିକ ସୁଧାର ପରିଲକ୍ଷିତ ହେଉଛି । ଦେଶର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଲଗାତାର କାମ କରୁଛନ୍ତି । ଆୟକର ଭରିବାର ଉପାୟ ପୂର୍ବପେକ୍ଷା ସରଳ ହୋଇଛି । ଜିଏସଟିକୁ ମଧ୍ୟ ଆଗାମୀ ସମୟରେ ଅଧିକ ସରଳ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି, ଅନ୍ୟଦେଶ ତୁଳନାରେ ଆମ ଦେଶର ବିକାଶ ହାର ମଧ୍ୟ ଉତ୍ତ ରହିଛି ।

ଏହାବ୍ୟତୀତ ଦେଶର ଏପରି ବ୍ୟବସ୍ଥା ଦୃଷ୍ଟିରେ ରଖି ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

– ଶେୟାର ବଜାରରେ କ୍ୟାପିଟାଲ ଗେମ୍ସରେ ସରଚାର୍ଜ ହଟିବ ।

– ଷ୍ଟାଟ ଅପ୍ ଟାକ୍ସ ପାଇଁ ଭିନ୍ନ ସେଲ ପ୍ରସ୍ତୁତ ହେବ ।

– ଋଣ ଆବେଦନ ପ୍ରକ୍ରିୟା ଉପରେ ଅନଲାଇନ୍ ମାଧ୍ୟମରେ ସରକାର ଦୃଷ୍ଟି ରଖିବେ ।

– ରେପୋ ରେଟ୍ କମ୍ ହେବାଦ୍ୱାରା ସୁଧ ହାର କମିବ

– ସୁଧହାର କମିଲେ ଇଏମଆଇ କମିବ

– ବ୍ୟାଙ୍କରେ ସୁଧ ହାର କମିବା ଯୋଗୁଁ ସାଧାରଣ ଲୋକ ଲାଭରେ ରହିବେ ।

ସୂଚନାଯୋଗ୍ୟ ଦୀର୍ଘ ୭୦ବର୍ଷ ଭିତରେ ଭାରତର ଅର୍ଥବ୍ୟବସ୍ଥା ଖରାପ ସ୍ଥିତି ଦେଇ ଗତି କରୁଛି ବୋଲି କହିଥିଲା ନୀତି ଆୟୋଗ । ଦେଶର ଅର୍ଥବ୍ୟବସ୍ଥାକୁ ଆଗକୁ ନେବାକୁ ହେଲେ ପୁଂଜି ନିବେଶ ଉପରେ ଅଧିକ ଧାନ ଦେବାକୁ ପଡିବ । ବିମୁଦ୍ରାକରଣ ଓ ଜିଏସଟି ଲାଗୁ ହେବା ପରେ ଦେଶରେ ଏଭଳି ସ୍ଥିତି ଦେଖାଦେଇଛି । ନୋଟବନ୍ଦୀ ଓ ଜିଏସଟି ଯୋଗୁଁ ଦେଶରେ ଅର୍ଥ ସଙ୍କଟ ଦେଖାଦେଇଛି । ଆଉ ଏହା ଦେଶ ବିକାଶରେ ବାଧକ ସାଜିଛି । ତେଣୁ ଏହା ଉପରେ ସରକାର ଧ୍ୟାନ ଦେବା ଉଚିତ ଏବଂ କିଛି ସେହିଭଳି ପଦକ୍ଷପ ଗ୍ରହଣ କରିବା ଉଚିତ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଥିଲେ ।