ମେକ ଇନ୍ ଓଡିଶା କନକ୍ଲେଭରେ ସାମିଲ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ବୃହତ ବ୍ୟବସାୟିକ ସମାବେଶ ମେକ ଇନ୍ ଓଡିଶା କନକ୍ଲେଭରେ ସାମିଲ ହୋଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ରେଡ କାର୍ପେଟ ବିଛାଇ ପ୍ରାୟ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଖଣିଜ ଶିଳ୍ପକୁ ବାଦ ଦେଇ ୮ଟି କ୍ଷେତ୍ରରେ ବିପୁଳ ପରିମାଣର ପୁଞ୍ଜି ନିବେଶ ଆଶା ରଖିଛି ଓଡିଶା । ଏହି ସମାବେଶରେ ଭାଗ ନେଉଛନ୍ତି ଦେଶର ଶତାଧିକ ପ୍ରତିଷ୍ଠିତ ଜାତୀୟ କମ୍ପାନି ।

ପେଟ୍ରୋଲିୟମ, ପେଟ୍ରୋକେମିକାଲ, ପ୍ଲାଷ୍ଟିକ ଓ କୋଲ ଗ୍ୟାସିଫିକେସନ ସହ ହସ୍ତତନ୍ତ ଓ ବୟନଶିଳ୍ପ, ସ୍ୱାସ୍ଥ୍ୟସେବା ଓ ଔଷଧ ପ୍ରସ୍ତୁତିକରଣ, ଖାଦ୍ୟ ପ୍ରକ୍ରିୟାକରଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା, ଜୈବ ପ୍ରଯୁକ୍ତି ଓ ଅକ୍ଷୟଶକ୍ତି କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଆକୃଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି । ଆଜି ମୁଖ୍ୟତଃ ସ୍ମାର୍ଟ ସିଟି, ଟେକ୍ସଟାଇଲ, କେମିକାଲ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଉପରେ ଗୁରୁତ୍ୱ ଦିଆଯିବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –