ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦେଲେ ସୂଚନା : ଆସିବନି ୧୦୦୦ ଟଙ୍କିଆ ନୋଟ୍

54

କନକ ବ୍ୟୁରୋ : ନୂଆ ରୂପରେ ଆସିଲା ୫ଶହ ଟଙ୍କିଆ ନୋଟ୍ ହେଲେ ଆସିବନି ୧୦୦୦ ଟଙ୍କିଆ ନୋଟ୍ । ପୁରୁଣା ୫ଶହ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ କରି ଦେଇଛନ୍ତି ମୋଦି ସରକାର । କଳା ଧନ ରୋକିବା ପାଇଁ ପଦକ୍ଷେପ ନେଇ ବଡ ନୋଟକୁ ଅଚଳ କରିଦେଇଛନ୍ତି ସରକାର ।

ଅର୍ଥନୀତି କ୍ଷେତ୍ରରେ ସର୍ଜିକାଲ ଷ୍ଟ୍ରାଇକ୍ ପରେ ସରକାରଙ୍କ ପକ୍ଷରୁ ପୁରୁଣା ୫ଶହ ଟଙ୍କାର ନୋଟକୁ ପରିବର୍ତନ କରାଯାଇ ନୂଆ ରଙ୍ଗ ଓ ନୂଆ ଡିଜାଇନରେ ବଜାରକୁ ଆସିଛି ୫ଶହ ଟଙ୍କିଆ ନୋଟ୍ ।

ଆଶା କରାଯାଉଥିଲା ହଜାରେ ଟଙ୍କିଆ ନୋଟ ମଧ୍ୟ ନୂଆ ରୂପରେ ମାର୍କେଟକୁ ଆସିବ । ହେଲେ ସେଭଳି ହେବାର ନାହିଁ ,ନିକଟ ଭବିଷ୍ୟତରେ ୧୦୦୦ ଟଙ୍କିଆ ନୋଟ୍ ମାର୍କେଟକୁ ଆସିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ।