ଦେଶର ହିତ ପାଇଁ ନୋଟ୍ ଅଚଳ ନିଷ୍ପତି : ବିଜେପି ସଂସଦୀୟ ଦଳ ବୈଠକରେ ଜେଟଲିଙ୍କ ସ୍ପଷ୍ଟିକରଣ

25

କନକ ବ୍ୟୁରୋ : ବଡ ନୋଟ ଅଚଳ ଦେଶର ହିତ ପାଇଁ କରାଯାଇଛି । ଏହାଦ୍ୱାରା ଦେଶରୁ ଗରିବି ହଟିବ ବୋଲି ବିଜେପି ସଂସଦୀୟ ଦଳ ବୈଠକରେ କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । କଳାଧନ କାରବାର ରୋକିବା କ୍ଷେତ୍ରରେ ବଡ ନୋଟ ଅଚଳ ଏକ ଐତିହାସିକ ପଦକ୍ଷେପ,ଏ ନିଷ୍ପତି ଗରିବଙ୍କ ହିତ ପାଇଁ ନିଆଯାଇଛି ।

ଏ ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ଅଚଳକୁ ସର୍ଜିକାଲ ଷ୍ଟ୍ରାଇକ୍ କୁହା ନଯାଉ,ପୁରୁଣା ନୋଟ ଅଚଳ ଯୋଗୁଁ ଦେଶରେ କିଛି ସମୟ ପାଇଁ ମାନ୍ଦାବସ୍ଥା ଦେଖାଦେଇଛି । ନୂଆ ଟଙ୍କା ଅଭାବ ଯୋଗୁଁ କାରାବାର ବାଧାପ୍ରାପ୍ତ ହୋଇଛି । ଗ୍ରାମାଂଚଳରେ ନୂଆ ଟଙ୍କା ପହଂଚାଇବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି ।