ମହାମୁକାବିଲାରେ ପାକିସ୍ତାନର ଜବରଦସ୍ତ ଆରମ୍ଭ ! ଶହେ ଟପିଲା ଓପନିଂ ପାର୍ଟନରସିପ୍

21

କନକ ବ୍ୟୁରୋ : ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ କେନିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି । ମହାମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଚାମ୍ପିୟନ୍ସ ଟ୍ରଫିର ବିଗ୍ ଫାଇଟରେ ଟିମ୍ ଇଣ୍ଡିଆ ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଇଥିବା ବେଳେ ପାକିସ୍ତାନର ବ୍ୟାଟିଂ ଭଲ ରହିଛି । ପାକ୍ ଟିମର ପ୍ରଥମ ପାର୍ଟନରସିପ୍ ଶହେ ରନ୍ ଟପିଛି । ତେବେ ୧୨୮ ରନରେ ଓପନର ଆଝାର ଅଲ୍ଲି ରନ୍ ଆଉଟ ପାଭିଲଅନ୍ ଫେରିଛନ୍ତି । ମ୍ୟାଚ୍ ଜିତି ଟ୍ରଫି ହାତେଇବା ପାଇଁ ଉଭୟ ଦଳ ଉଦ୍ୟମ କରୁଛନ୍ତି ।

ଓଭାଲ କ୍ରିକେଟ୍ ମୈଦାନରେ ଖେଳାଯାଉଥିବା ମ୍ୟାଚ ବିଶ୍ୱ କ୍ରିକେଟର ସବୁଠୁ ବଡ଼ ମ୍ୟାଚ୍ ହୋଇପାରେ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଫାଇଟ୍, ଦୁନିଆର ସବୁଠୁ ଅଧିକ ଲୋକ ଦେଖୁଥିବା କ୍ରିକେଟ୍ ମ୍ୟାଚ୍ । ଇଏସ୍ପିଏନର ଆକଳନ କହୁଛି ଚାମ୍ପିୟନ୍ସ ଟ୍ରଫିର ଏହି ଫାଇନାଲ ମ୍ୟାଚ୍ ଦେଖୁଛନ୍ତି ବିଶ୍ୱର ପ୍ରାୟ ୭୦ କୋଟି କ୍ରିକେଟ୍ ଦର୍ଶକ । ଯାହା ପୂର୍ବର ସବୁ ରେକର୍ଡକୁ ପଛରେ ପକାଇ ଦେଇଛି । କେବଳ କ୍ରିକେଟ୍ କାହିଁକି ଅଲିମ୍ପିକ୍ସ ଭଳି ବିଶ୍ୱର ସବୁଠୁ ବଡ କ୍ରୀଡ଼ା ଇଭେଂଟ୍କୁ ବି ଟକ୍କର ଦେଉଛି ଆଜିର ଏହି ଭାରତ-ପାକିସ୍ତାନ ମୁକାବିଲା ।