ପଂଚାୟତ ପ୍ରାର୍ଥୀ ଚୁଡାନ୍ତ ! ମୈଦାନରୁୁ ଓହରିିଲେ ପ୍ରାୟ ୧୭ହଜାର ପ୍ରାର୍ଥୀ

22

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ନିର୍ବାଚନ ମଇଦାନରେ ଉତୀର୍ଣ୍ଣ ହୋଇଛନ୍ତି ୧ ଲକ୍ଷ ୮୯ ହଜାର ୯୯ଜଣ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୮୫୧ଟି ଜିଲ୍ଲାପରିଷଦ ଆସନ ପାଇଁ ନିର୍ବାଚନ ଲଢ଼ିବେ ୩,୨୮୮ଜଣ ପ୍ରାର୍ଥୀ । ସେହିଭଳି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ୨୬,୫୩୯ଜଣ ସରପଂଚ ପ୍ରାର୍ଥୀ । ପଂଚାୟତ ସମିତି ସଭ୍ୟ ପଦ ପାଇଁ ୨୨,୧୦୯ ପ୍ରାର୍ଥୀ ଅଛନ୍ତି ।

ସେହଭଳି ୱାର୍ଡମେମ୍ବର ପଦ ପାଇଁ ୧ ଲକ୍ଷ ୩୭ ହଜାର ୧୬୩ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ନିଶ୍ଚିତ ହୋଇଯାଇଛି । ୨ ଲକ୍ଷରୁ ଅଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ ସୁଦ୍ଧା ସେଥିରୁ ୧୭ ହଜାର ୬୧୬ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଇତିମଧ୍ୟରେ ହାଇକୋର୍ଟ ଢେଙ୍କାନାଳର ପରଜଙ୍ଗ ଜିଲା ପରିଷଦ ଆସନ ଉପରୁ ରହିତାଦେଶ ଉଠାଇ ଦେଇଥିବାରୁ ଆଗକୁ ରାଜ୍ୟର ୮୫୨ଟି ଜିଲ୍ଲା ପରିଷଦ ଆସନରେ ଲଢ଼େଇ ଜୋରଦାର ହେବା ନେଇ ସ୍ପଷ୍ଟ ହୋଇଯାଇଛି ।