ଗୋଟିଏ ଦିନରେ ୫ଟି ଫିଲ୍ମ

42

ଆଜି ଫିଲ୍ମି ଫ୍ରାଇଡେରେ ବଡ ପରଦାକୁ ଆସୁଛନ୍ତି ବହୁ ପ୍ରତିଯୋଗୀ । ଗୋଟିଏ ଦିନରେ ରିଲିଜ ହେଉଛି ୫ଟି ଫିଲ୍ମ । ତେବେ ବିରପ୍ପନ, ଫୋବିଆ ଓ କେବ୍ରେ ଉପରେ ରହିଛି ସମସ୍ତଙ୍କ ନଜର ।

03KILLING-VEERAPPAN-MOVIE-STILL-21852_0କୁଖ୍ୟାତ ଚନ୍ଦନ ତସ୍କର ବିରାପ୍ପନର କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ ବିରାପ୍ପନ । ଦ୍ୱିତୀୟ ଥର ପାଇଁ ରାମଗୋପାଳ ବର୍ମା ଏହାର ନିର୍ଦେଶନା ଦେଇଛନ୍ତି । ଫିଲ୍ମର ଲିଡ ଚରିତ୍ର ବିରାପ୍ପନ ଭୂମିକାରେ ଅଛନ୍ତି ସନ୍ଦିପ ଭାରଦ୍ୱାଜ । ଅପରେସନ୍ କୋକୁନକୁ ଲିଡ୍ କରୁଛନ୍ତି ସଚିନ ଯୋଶୀ । ପୂର୍ବରୁ କନ୍ନଡ ଭାଷାରେ ଫିଲ୍ମ ତିଆରି ହୋଇ ସୁପରହିଟ୍ ହୋଇଛି । ଫିଲ୍ମରେ ଜରିନ୍ ଖାନଙ୍କ ଏକ ଆଇଟମ୍ ସଙ୍ଗ ବି ରହିଛି ।

Phobiaସେହିପରି ରିଲିଜ୍ ହେଉଥିବା ସାଇକଲୋଜିକାଲ୍ ଥ୍ରୀଲର ଫିଲ୍ମ ଫୋବିଆକୁ ନେଇ ବି ବଲିଉଡରେ ଜୋରଦାର ଚର୍ଚା । ଫିଲ୍ମର ଲିଡରେ ଅଛନ୍ତି ରାଧିକା ଆପତେ । ନିର୍ଦେଶନା ଦେଇଛନ୍ତି ପବନ କ୍ରିପାଲନୀ । ରିଲିଜ୍ ପୂର୍ବରୁ ଫିଲ୍ମର ଟ୍ରେଲରକୁ ବେସ୍ ପସନ୍ଦ କରିଛନ୍ତି ଦର୍ଶକ । ଫିଲ୍ମରେ ରହିଛି ଜଣେ ମାନସିକ ରୋଗାଗ୍ରସ୍ତ ଝିଅର କାହାଣୀ ।

richa-chadda-cabaret-hot-look-picସେପଟେ ପରଦାରେ ବଲିଉଡ୍ ଡାନ୍ସର ହେଲେନଙ୍କ କାହାଣୀ । ମୁକ୍ତିଲାଭ କରିଛି ରୋମାଂଟିକ୍ ଡାନ୍ସ ଫିଲ୍ମ କେବ୍ରେ । ଫିଲ୍ମର ଲିଡ୍ ରୋଲ୍ ରେ ଅଛନ୍ତି ରିଚ୍ଚା ଚଡା । ଗୁଲସନ୍ ଦେବୈୟା ଏବଂ ଶ୍ରୀସାନ୍ଥଙ୍କୁ ବି ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦେଶନା ଦେଇଛନ୍ତି କୌସ୍ତଭ ନାରାୟଣ ନିୟୋଗି । ଏହି ତିନିଟି ଫିଲ୍ମକୁ ବାଦ୍ ଦେଲେ ସାଇକଲୋଜିକାଲ୍ ଫିଲ୍ମ ଫ୍ରେଡରିକ୍ ଏବଂ କମେଡି ଡ୍ରାମା ୱେଟିଂ ବି ଆଜି ରିଲିଜ୍ ହେଉଛି ।