ସିନେମାରେ ଭିଲେନ୍ ସୋନିଆ ! ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ ମିନିଷ୍ଟରକୁ ନେଇ ବଢିଲା ବିବାଦ, ଫିଲ୍ମ ଚଲାଇ ଦେବନାହିଁ କହିଲା ଯୁବ କଂଗ୍ରେସ ।

345

କନକ ବ୍ୟୁରୋ : ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ତେଜୁଛି ବିବାଦ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ନିର୍ମିତ ବହୁ ଚର୍ଚ୍ଚିତ ଫିଲ୍ମ-ଦି ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’କୁ ନେଇ ଏବେ ଅଡୁଆ ବଢ଼ିବାରେ ଲାଗିଛି । ରିଲିଜ୍ ପୂର୍ବରୁ ଯଦି ସ୍ପେଶାଲ ସ୍କ୍ରିନିଂ କରାଯାଇନଥାଏ, ତେବେ ଫିଲ୍ମକୁ ବିରୋଧ କରାଯିବ ବୋଲି କହିଛି ଯୁବ କଂଗ୍ରେସ । ଏପଟେ ଫିଲ୍ମ ନିର୍ମାଣ ବେଳେ କୌଣସି ତଥ୍ୟରେ ପରିବର୍ତ୍ତନ ହୋଇ ନାହିଁ ବୋଲି କହିଛନ୍ତି ଅଭିନେତା ଅନୁପମ ଖେର । ତେବେ ଫିଲ୍ମର ଟ୍ରେଲର ପରେ ଆପତ୍ତି ଉଠାଇଛି ଓଡ଼ିଶା ଯୁବ କଂଗ୍ରେସ । ଏମିତି କି ଭୁବନେଶ୍ୱରରେ ଫିଲ୍ମ ଚଲାଇବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି ।

ପରଦାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାହାଣୀକୁ ନେଇ ଉତକ୍ଷୀପ୍ତ ହୋଇଉଠିଛି ଯୁବ କଂଗ୍ରେସ । ମନମୋହନ ସିଂଙ୍କ ଉପରେ ନିର୍ମିତ ଫିଲ୍ମ-ଦି ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଟ୍ରେଲର ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ । ଫିଲ୍ମରେ ଦେଖାଯାଉଥିବା ତଥ୍ୟର ପ୍ରାମାଣିକତା ଯାଂଚ୍ ପାଇଁ ସ୍ପେଶାଲ ସ୍କ୍ରିନିଂ ପାଇଁ ଦାବି କହିଛି କଂଗ୍ରେସ ।

ଉଭୟ ମହାରାଷ୍ଟ୍ର ଏବଂ ଓଡ଼ିଶା ଯୁବ କଂଗ୍ରେସ, ଫିଲ୍ମର ପ୍ରଯୋଜକଙ୍କୁ ଚିଠି ଲେଖି ଫିଲ୍ମର ସ୍କ୍ରିନିଂ କରିବା ପାଇଁ ଦାବି କରିଛି । ସେହିପରି ଅଖିଳ ଭାରତୀୟ ଯୁବ କଂଗ୍ରେସ ମଧ୍ୟ ଫିଲ୍ମର ରିଲିଜକୁ ନେଇ ଆପତି ଉଠାଇଛି । ଅଭିଯୋଗ ହୋଇଛି ଜାଣିଶୁଣି କଂଗ୍ରେସ ଦଳ ଏବଂ ନେତାଙ୍କୁ ଛୋଟ କରି ଦେଖାଇବାକୁ ଉଦ୍ୟମ କରାଯାଇଛି ।

ସାରା ଦେଶରେ ଏହି ଫିଲ୍ମକୁ ନେଇ କଂଗ୍ରେସ ବିରୋଧ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଫିଲ୍ମ ଉପରେ ସ୍ପଷ୍ଟିକରଣ ରଖିଛନ୍ତି, ମନମୋହନ ସିଂଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଅନୁପମ୍ ଖେର । ସେ କହିଛନ୍ତି, ଫିଲ୍ମ ନିର୍ମାଣ ବେଳେ କୌଣସି ତଥ୍ୟରେ ପରିବର୍ତନ ହୋଇ ନାହିଁ । ଯେତେବେଳେ ପୁ୍ସ୍ତକ ପ୍ରକାଶ ପାଇପାରିଲା ଫିଲ୍ମକୁ କାହିଁକି ବିରୋଧ କରାଯାଉଛି ବୋଲି ସେ ପ୍ରଶ୍ନ କରୁଛନ୍ତି । ଗୁରୁବାର ଦିନ, ଦି ଆକ୍ସିଡେଣ୍ଡଟାଲ ପ୍ରାଇମିନିଷ୍ଟର ଫିଲ୍ମର ଟ୍ରେଲର ରିଜିଲ୍ ହୋଇଥିବା ବେଳେ ଏଥିରେ କଂଗ୍ରେସ ରାଜନୀତିର ଅନେକ ଭିତିରି କଥାର ଅନେକ ଝଲକ ଦେଖିବାକୁ ମିଳିଛି ।