ସୋନୁ କେ ଟିଟୁ କି ସୁଇଟି ଫିଲ୍ମ ସମୀକ୍ଷା : “ପ୍ୟାର କା ପଂଚନାମା” ଅଭିନେତାଙ୍କ ଧମାଲ

59

୨୩ ଫେବୃୟାରୀରେ ପ୍ୟାର କା ପଂଚନାମା ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଫିଲ୍ମ ‘ସୋନୁ କେ ଟିଟୁ କି ସୁଇଟି’ ରିଲିଜ ହୋଇଛି । ଫିଲ୍ମରେ କାର୍ତ୍ତିକ ଆର୍ୟନ, ନୁଶରତ ଭରୁଚା ଏବଂ ସନି ସିଂ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ଫିଲ୍ମରେ ଆଲୋକ ନାଥ, ଦୀପିକା ଅମୀନ, ଏବଂ ବିରେନ୍ଦ୍ର ସକ୍ସେନା ମଧ୍ୟ ନଜର ଆସିଛନ୍ତି । ଇଣ୍ଡିଆନ ଏକ୍ସପ୍ରେସର ଶୁଭ୍ରା ଗୁପ୍ତା ନିଜ ଫିଲ୍ମ ସମୀକ୍ଷାରେ ଫିଲ୍ମକୁ ଏଣ୍ଟରଟେନମେଣ୍ଟରେ ଭରପୁର ବୋଲି କହିଛନ୍ତି । ତାଙ୍କ କହିବା ଅନୁସାରେ ଫିଲ୍ମର ନାମ କହିବା ସମୟରେ ବେଧହୁଏ ଲୋକଙ୍କ ପାଟି ଲାଖିପାରେ କିନ୍ତୁ ଲଭ ରଞ୍ଜନଙ୍କ ଦୁନିଆରେ କିଛି ଅସମ୍ଭବ ନୁହେଁ ।

ଫିଲ୍ମରେ ନିର୍ଦ୍ଦେଶକ ଲଭ ରଞ୍ଜନ ଭରପୁର କମେଡି ଫିଟ କରିଛନ୍ତି । ସୋନୁ(କାର୍ତ୍ତିକ ଆର୍ୟ୍ୟନ) ଏବଂ ଟିଟୁ (ସନି ସିଂ) ଦୁଇ ଜଣ ବେଷ୍ଟ ଫ୍ରେଣ୍ଡ । ଟିଟୁ ଲାଇଫରେ ଗର୍ଲଫ୍ରେଣ୍ଡ ସୁଇଟି (ନୁଶରତ ଭରୁଚା) ଆସିବା ଫଳରେ ସେ ସୋନୁ ଠାରୁ ଟିକେ ଦୂରେଇଯାଏ । ଟିଟୁ ନିଜ ଗର୍ଲଫ୍ରେଣ୍ଡ ସୁଇଟିକୁ ସମସ୍ତଙ୍କ ସହିତ ସାକ୍ଷାତ କରାଏ । ଏହା ମଧ୍ୟରେ ସୁଇଟି ପୂରା ପରିବାରର ହୃଦୟ ଜିତି ନିଏ । ଟିଟୁ ଯେତେବେଳେ ସୋନୁ ସହିତ ସୁଇଟିର ସାକ୍ଷାତ କରାଏ ତେବେ ସୋନୁ ମନରେ ପ୍ରଶ୍ନ ଉଙ୍କେ କିପରି ସୁଇଟି ନିଜ ଲାଇଫରେ ଏତେ ପରଫେକ୍ଟ ବୋଲି ।

ସୋନୁ ମନରେ ପ୍ରଶ୍ନ ଉଠିଥାଏ କିପରି ଜଣେ ବ୍ୟକ୍ତି ଏତେ ଭଲ ଏବଂ ପରଫେକ୍ଟ ହୋଇପାରେ ? ଏହାକୁ ନେଇ ସେ ସୁଇଟି ଉପରେ ସନ୍ଦେହ କରିଥାଏ ଏବଂ ତାହା ବିଷୟରେ ଖୋଳତାଡ କରିବା ଆରମ୍ଭ କରିଥାଏ । ଅନ୍ୟ ପକ୍ଷରେ ସୁଇଟି ଯେତେବେଳେ ଏହି ବଷୟରେ ଜାଣିବାକୁ ପାଇଥାଏ ତାହାପରେ କ’ଣ ହୁଏ ତାହା ଜାଣିବା ପାଇଁ ଫିଲ୍ମ ଦେଖିବା ନିହାତି ଜରୁରୀ ।

ଉଲ୍ଲେଖଯେଗ୍ୟ ଯେ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ପୂର୍ବ ଫିଲ୍ମ ‘ପ୍ୟାର କା ପଂଚନାମା’କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ତେଣୁ ‘ସୋନୁ କେ ଟିଟୁ କି ସୁଇଟି’ ଉପରେ ଦର୍ଶକଙ୍କର ଅନେକ ଆଶା ରହିଛି । ଅପରପକ୍ଷେ ଫିଲ୍ମର ଗୀତ ଗୁଡିକ ଫିଲ୍ମ ରିଲିଜ ହେବା ପୂର୍ବରୁ ଲୋକଙ୍କ ମୁହଁରେ ରହିଛି । ଫିଲ୍ମର ଗୀତ ‘ଦିଲ ଚୋରି ସାଡ୍ଡା ହୋ ଗୟା’ ଏବଂ ‘ଛୋଟେ ଛୋଟେ ପ୍ୟାଗ’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।