ଫିଲ୍ମ ନାଁ ରେ ଠକେଇ ଅଭିଯୋଗ : ଗିରଫ ହୋଇପାରନ୍ତି ପ୍ରଯୋଜକ ତଥା ଅଭିନେତା ପୁପିନ୍ଦର

37

କନକ ବ୍ୟୁରୋ : ଫିଲ୍ମ ନାଁ ରେ ପୁପିନ୍ଦରଙ୍କ ବିରୋଧରେ ଠକେଇ ଅଭିଯୋଗରେ ବଢିଲା ଅଡୁଆ । ଗିରଫ ହୋଇପାରନ୍ତି ଅଭିନେତା ତଥା ପ୍ରଯୋଜକ । କାରଣ ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଛନ୍ତି ଜେଏମଏଫସି କୋର୍ଟ ।

ବାରମ୍ବାର ସମନ ସତ୍ୱେ ହାଜର ନହେବାରୁ ତାଙ୍କ ବିରୋଧରେ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । ଫିଲ୍ମ କରିବା ଲାଗି ସେ ପି. କେ ଓର୍ସ କମ୍ପାନୀ ଠାରୁ ଟଙ୍କା ଠକିଥିବା ଅଭିଯୋଗ ହୋଇଛି ।