ଘନେଇଲା ‘ପଦ୍ମାବତୀ’ ବିବାଦ ! ବୈଷୟିକ ତ୍ରୁଟି ଦେଖାଇ ଫିଲ୍ମ ଫେରାଇ ଦେଲା ସେନସରବୋର୍ଡ, ମିଳିଲାନି ସାର୍ଟିଫିକେଟ

42

‘ପଦ୍ମାବତୀ’ କୁ ନେଇ ବିବାଦ ଚାଲିଥିବା ବେଳେ ସେନସର ବୋର୍ଡ ଫିଲ୍ମକୁ ବୈଷୟିକ ତ୍ରୁଟି ଦେଖାଇ ନିର୍ମାତା ପାଖକୁ ଫେରାଇ ଦେଇଛନ୍ତି । ତ୍ରୁଟି ସଂଶୋଧନ ପରେ ଏହାକୁ ଦ୍ୱିତୀୟ ବାର ସମୀକ୍ଷା କରି ଫିଲ୍ମକୁ ପ୍ରମାଣପତ୍ର ଦିଆଯିବ ବୋଲି ସେନସର ବୋର୍ଡ କହିଛନ୍ତି ।

ଡିସେମ୍ବର ୧ ତାରିଖରେ ସଂଜୟଲୀଲା ଭନସାଲୀଙ୍କ ଫିଲ୍ମ ‘ପଦ୍ମାବତୀ’ ର ରିଲିଜ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ତେବେ ସେନସର ବୋର୍ଡ ବୈଷୟିକ ତ୍ରୁଟି ଦେଖାଇବା ପରେ ଏହାର ରିଲିଜ ଜାନୁୟାରୀ ଆଡକୁ ଘୁଂଚିଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସଂଜୟ ଲୀଳା ବଂଶାଲୀଙ୍କ ମୁଣ୍ଡ ଓ ଦୀପିକା ପାଦୁକୋନଙ୍କ ନାକ କାଟିବା ଧମକ ପରେ ଶୁକ୍ରବାର ଚିତୋରଗଡ଼ କିଲ୍ଲାକୁ ବନ୍ଦ କରିଥିଲେ ଆନ୍ଦୋଳନକାରୀ । ରାଜସ୍ଥାନରୁ ତାମିଲନାଡୁ ପର୍ଯ୍ୟନ୍ତ ବ୍ୟାପିଛି ଅସନ୍ତୋଷର ନିଆଁ । ଜୟପୁରରେ ଫିଲ୍ମ ଓ କଳାକାରଙ୍କ ପୋଷ୍ଟର ଜାଳି ରୋଷ ପ୍ରକାଶ କରିଛନ୍ତି ବିଭିନ୍ନ ସଂଗଠନ ।

ଏହି ଚଳଚିତ୍ରରେ ଆକ୍ରମଣକାରୀ ସୁଲତାନ ଆଲ୍ଲାଉଦ୍ଦିନ ଖିଲଜି ଓ ରାଣୀ ‘ପଦ୍ମାବତୀ’ ମଧ୍ୟରେ ଏକ କାଳ୍ପନିକ ରୋମାଂଟିକ୍ ସିନ୍ ଏବଂ ରାଜସଭାରେ ପଦ୍ମାବତୀ ନାଚୁଥିବା ଦୃଶ୍ୟକୁ ହଜମ କରିପାରୁନାହାନ୍ତି ରାଜପୁତ ସଂଗଠନ । ଫିଲ୍ମ ପ୍ରମୋସନ ପାଇଁ ଟ୍ରେଲର ରିଲିଜ ପରେ ହିଁ ଜୋରଦାର ବିରୋଧ ଜାରି ରହିଛି । ପଦ୍ମାବତୀ ବିରୋଧରେ ରାଜପୁତ ସମାଜ ସହ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ମଧ୍ୟ ସାମିଲ ହୋଇଛନ୍ତି । ସେପଟେ ଅଭିନେତା ସଲମାନ ଖାନ୍, ନିଦ୍ଦେର୍ଶକ କରନ ଜୋହର ଆଦି ବଲିଉଡ୍ ସେଲିବ୍ରିଟି ବଂଶାଲୀଙ୍କୁ ସମର୍ଥନ ଜଣାଇଛନ୍ତି ।