ଓସ୍କାର ଦୌଡରୁ ବାଦ ପଡିଲା ଫିଲ୍ମ ‘ନ୍ୟୁଟନ !

25

ଶ୍ରେଷ୍ଠ ଆୱାର୍ଡ ଓସ୍କାର । ଓସ୍କାର ପାଇଁ ଯୋଗ୍ୟପ୍ରାପ୍ତ ହୋଇନି ‘ନ୍ୟୁଟନ’ । ‘ନ୍ୟୁଟନ’ ଫିଲ୍ମକୁ ନିର୍ଦ୍ଦେଶିନା ଦେଇଛନ୍ତି ଅମିତ ମସୁରକର  । ତାଙ୍କର ଏହି ସିନେମାକୁ ଓସ୍କାର ପାଇଁ ମନୋନୀତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଶୁଣାଯାଉଛି ଯେ ଏହା ଓସ୍କାର ଆୱାର୍ଡରୁ ବଂଚିତ ହୋଇଛି । ଏହି ସିନେମାର କାହାଣୀ ଛତିଶଗଡର ଜଙ୍ଗଲ ଅଂଚଳରେ ଗଣତନ୍ତ୍ରକୁ କିଭଳି ଭାବେ ଉପେକ୍ଷା କରାଯାଇଛି, ଏବଂ ଉକ୍ତ ଅଂଚଳର ଜଣେ ନିର୍ବାଚନ ଅଧିକାରୀଙ୍କୁ କିଭଳି ସମସ୍ୟାର ସମ୍ମୁଖୀନ ହୋବାକୁ ପଡିଛି, ଏହି କାହାଣୀ ‘ନ୍ୟୁଟନ’ ଫିଲ୍ମରେ ଦର୍ଶାଯାଇଛି ।
ସୂଚନା ଅନୁସାରେ, ୯୦ତମ ଏକାଡେମୀ ଆୱାର୍ଡ ପାଇଁ ଶ୍ରେଷ୍ଠ ବିଦେଶୀ ଫିଲ୍ମ ବର୍ଗରେ ହିନ୍ଦୀ ଚଳଚ୍ଚିତ୍ର ‘ନ୍ୟୁଟନ’ ଭାରତ ପକ୍ଷରୁ ମନୋନୀତ କରାଯାଇଥିଲା । କିନ୍ତୁ ଏଥର ମଧ୍ୟ ଭାରତକୁ ନିରାଶ ହେବାକୁ ପଡିଛି । କାରଣ ଓସ୍କାର ଆୱାର୍ଡରୁ ଭାରତୀୟ ଫିଲ୍ମ ବାଦ ପଡିବା ନେଇ ଏକାଡେମୀ ଅଫ ମୋଶନ ପିକଚର୍ସ ଆର୍ଟ ଆଣ୍ଡ ସାଇନେସ(ଆମପାସ) ପକ୍ଷରୁ ଗୁରୁବାର (ଆମେରିକୀୟ ସମୟ) ଘୋଷଣା କରାଯାଇଛି ।

ଏକାଡେମୀ ପକ୍ଷରୁ ଶ୍ରେଷ୍ଠ ୯ଟି ଫିଲ୍ମ ତାଲିକା ପ୍ରକାଶ କରାଯାଇଛି । ଓସ୍କାର ସମ୍ମାନ ଲାଗି ବିଦେଶୀ ଫିଲ୍ମରେ ସ୍ଥାନ ପାଇଥିବା ୯ଟି ଫିଲ୍ମ ହେଲା ‘ଏ ଫାନଟାଷ୍ଟିକ ଓମେନ’ (ଚିଲି), ‘ଇନ ଦି ଫେଡ’ (ଜର୍ମାନୀ), ‘ ଅନ ବଡି ଆଣ୍ଡ ସୋଲ’(ହଙ୍ଗେରୀ), ‘ଫକ୍ସଟ୍ରୋଟ’(ଇସ୍ରାଏଲ), ‘ଦି ଇନସର୍ଲ୍ଟ’(ଲେବାନନ), ‘ଲଭସେନ’(ରୁଷିଆ), ‘ ଫେଲିସିଟ’(ସେନିଗାଲ), ‘ଦି ୱାଉଣ୍ଡ’(ଦକ୍ଷିଣ ଆଫ୍ରିକା), ‘ଦି ସ୍କୋୟାର’(ସ୍ୱଡେନ) । ଭାରତ ଫିଲ୍ମ ‘ନ୍ୟୁଟନ’ ଓସ୍କାରରୁ ବଂଚିତ ହୋଇଛି ।