ବିବାଦର ବାରୁଦ ଉପରେ ମହେଶଙ୍କ ରଙ୍ଗୀନ୍ ଜୀବନ ! କେବେ ନିଜ ଝିଅକୁ ନେଇ ଆପତ୍ତିଜନକ ବୟାନ୍ ତ କେବେ ବୋଲ୍ଡ ଫଟୋସୁଟ୍ . . . ଦେଖନ୍ତୁ ଜନ୍ମଦିନ ସ୍ପେଶାଲ୍

119

ରିଲ୍ ବ୍ୟତୀତ ରିୟଲ୍ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସିନେମା ନିର୍ଦ୍ଦେଶ ମହେଶ ଭଟ୍ଟଙ୍କର ଆଜି ୬୯ତମ ଜନ୍ମଦିନ । ୨୦ ସେପ୍ଟେମ୍ବର ୧୯୪୮ରେ ଜନ୍ମଗ୍ରହଣ କରିଥିଲେ ମହେଶ ଭଟ୍ଟ । ‘ସାରାଂଶ’ ଓ ‘ଅର୍ଥ’ ଭଳି ସୁପରହିଟ୍ ଫିଲ୍ମ ତିଆରି କରି ବଲିଉଡ଼ ଦୁନିଆରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ମହେଶ । ତେବେ ଫିଲ୍ମ ନିର୍ଦ୍ଦେଶନା ସହ ପ୍ରଯୋଜନା ଏବଂ ସ୍କ୍ରିପ୍ଟ ରାଇଟିଂ ମଧ୍ୟ କରନ୍ତି ମହେଶ । କ୍ୟାରିୟର୍ ହେଉ ବା ବ୍ୟକ୍ତିଗତ ଜୀବନ , ସବୁସ୍ଥାନରେ ମହେଶଙ୍କ ନାଁ ବିବାଦ ଘେରରେ ରହିଆସିଛି ।

mahesh-bhattବୋଲ୍ଡ ସିନେମା ତିଆରି କରିବାରେ ମହେଶ ଭଟ୍ଟ ବେଶ୍ ଜଣାଶୁଣା । ତାଙ୍କର ମସାଲାଦାର ସିନେମା ଦର୍ଶକଙ୍କ ମନୋରଞ୍ଜନ କରିବାରେ ବେଶ୍ ସଫଳ । ତେବେ ସିନେମା ପରି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଡ୍ରାମାରେ ଭରପୁର । ଏବେ ମହେଶଙ୍କ ଜନ୍ମଦିନ ଅବସରରେ ନଜର ପକାନ୍ତୁ ତାଙ୍କ ଜୀବନର କିଛି ରହସ୍ୟ ଉପରେ । ଯାହାକୁ ଆଜି ବି ସମସ୍ତଙ୍କଠାରୁ ଲୁଚାଇ ରଖିଛନ୍ତି ଏହି ବୋଲ୍ଡ ନିର୍ଦ୍ଦେଶକ ।

ମହେଶଙ୍କ ମା’ ମୁସଲମାନ୍ ଥିବା ବେଳେ ବାପା ଥିଲେ ହିନ୍ଦୁ । ଜାଣି ଆଶ୍ଚର୍ଯ୍ୟ ହେବେ ମହେଶ ଭଟ୍ଟଙ୍କର ବାପା ମା’ଙ୍କର କେବେ ବିବାହ ହୋଇନଥିଲା । ଯାହାର ପ୍ରଭାବ ତାଙ୍କ ଜୀବନ ଉପରେ ମଧ୍ୟ ପଡିଥିଲା । ତେଣୁ ସେ ନିଜ ଜୀବନରେ ମଧ୍ୟ ବିବାହକୁ ବେଶୀ ଗୁରୁତ୍ୱ ଦେଇନାହାଁନ୍ତି ମହେଶ୍ । ତେବେ ମହେଶ୍ ସବୁବେଳେ ନିଜ ବାପାଙ୍କଠାରୁ ଦୂରତା ବନାଇରଖୁଥିଲେ ।

Parveen-and-Maheshକଲେଜରେ ପଢୁଥିବା ବେଳେ ମହେଶ୍, ଲେରିଏନ୍ ବ୍ରାଇଟ୍ ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ପରେ ଲେରିଏନଙ୍କ ନାଁ ପରିବର୍ତ୍ତନ କରି କିରଣ ଭଟ୍ଟ ରଖିଥିଲେ । ପୂଜା ଭଟ୍ଟ ଏବଂ ରାହୁଲ୍ ଭଟ୍ଟ ମା’ ହେଉଛନ୍ତି କିରଣ । ତେବେ ସିନେମାରେ କାମ କରୁଥିବା ସମୟରେ ମହେଶଙ୍କ ପ୍ରେମ ସଂପର୍କ ପରବୀନ୍ ବାବିଙ୍କ ସହ ଆରମ୍ଭ ହୋଇଥିଲା । ଯାହାର ପ୍ରଭାବ ତାଙ୍କ ବିବାହ ଉପରେ ପଡିଥିଲା । ଏବଂ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ତେବେ କିଛି ଦିନ ପରେ ପରବୀନ୍ ବାବିଙ୍କଠାରୁ ଦୂରେଇ ଯାଇଥିଲେ ମହେଶ ।

ଏହା ପରେ ମହେଶଙ୍କ ଜୀବନରେ ଆସିଥିଲେ ସୋନୀ ରାଜଦାନ୍ । ତେବେ କିରଣଙ୍କଠାରୁ ଛାଡପତ୍ର ନନେଇ ସୋନୀଙ୍କୁ ବିବାହ କରିଥିଲେ । ତେଣୁ ଏଥିପାଇଁ ମହେଶ ଆପଣେଇଥିଲେ ମୁସଲମାନ୍ ଧର୍ମ । ଆଲିଆ ଏବଂ ଶାହିନଙ୍କ ମା’ ହେଉଛନ୍ତି ସୋନୀ ରାଜଦାନ୍ । ତେବେ ଏତିକିରେ ସରିନାହିଁ ମହେଶଙ୍କ ବିବାଦର କାହାଣୀ । ନିଜ ଝିଅ ପୂଜାଙ୍କୁ ନେଇ ମଧ୍ୟ ବିବାଦର ଶିକାର ହୋଇସାରିଛନ୍ତି ମହେଶ ଭଟ୍ଟ ।

mahesh and pujaମହେଶ୍ ଷ୍ଟାରଡଷ୍ଟ ମାଗାଜିନ୍ ପାଇଁ ଏକ ଫଟୋସୁଟ୍ କରି ବିବାଦ ଭିତରକୁ ଟାଣି ହୋଇଯାଇଥିଲେ । ଏହି ଫଟୋରେ ସେ ନିଜ ଝିଅ ପୂଜାଙ୍କ ଓଠକୁ କିସ୍ କରୁଥିବାର ନଜର ଆସିଥିଲେ । ଏହା ପରେ ପୂଜାଙ୍କୁ ନେଇ ଆଉ ଏକ ବିବାଦୀୟ ବୟାନ୍ ଦେଇ ଖୁବ୍ ଆଲୋଚନାର ଶିକାର ହୋଇଥିଲେ । ମହେଶ୍ ଏକ ସାକ୍ଷାତକାରରେ କହିଥିଲେ ପୂଜା ଯଦି ମୋ ଝିଅ ହୋଇନଥାନ୍ତା ତେବେ ତାଙ୍କୁ ବିବାହ କରିଥାନ୍ତି ।

ତେବେ ବିବାଦ ଯେତେ ବଡ ହେଉନା କାହିଁକି ମହେଶ୍ କେବେ ବି ସେସବୁକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । ତାଙ୍କ କହିବା ଅନୁଯାୟୀ, ସଂପର୍କ ଭାବନାର କପଡା ପିନ୍ଧିଥାନ୍ତି । ତାକୁ ସମାଜର ନଜରରେ ଦେଖାଯାଇପାରିବ ନାହିଁ । ମୋ ଝିଅଙ୍କ ପାଖରେ ମୁଁ ମୋ ମା’କୁ ଦେଖିପାରେ ଏବଂ ଜଣେ ଭଲ ବନ୍ଧୁ ମଧ୍ୟ ଦେଖିପାରେ ।