ପରଦାକୁ ଆସିଲା ହାଉସଫୁଲ ଥ୍ରୀ

72

ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଲା କମେଡ଼ି ସିକୁଏଲ୍- ହାଉସଫୁଲ ଥ୍ରୀ । ରୋମାଂଟିକ୍ କମେଡ଼ି ସିକୁଏଲ ହାଉସଫୁଲର ଏହା ତୃତୀୟ ଫିଲ୍ମ । ଏଥର ଫିଲ୍ମରେ ଜନ୍ ଆବ୍ରାହମଙ୍କ ବଦଳରେ ଅଭିଷେକ ବଚ୍ଚନ କମେଡ଼ି କରୁଥିବା ଦେଖିବାକୁ ମିଳିବ । ହାଉସଫୁଲ ଏବଂ ହାଉସଫୁଲ-ଟୁ ଭଳି ଅକ୍ଷୟ କୁମାର ଓ ରିତେଶ ଦେଶମୁଖଙ୍କ ଅଭିନୟ ଦେଖିବାକୁ ମିଳିବ । ତେବେ ଏହି ୩ଟି ଅଭିନେତାଙ୍କ ବିପକ୍ଷରେ ଅଛନ୍ତି ଜ୍ୟାକଲିନ୍ ଫର୍ଣ୍ଣାଡିସ୍, ନରଗିସ୍ ଫକ୍ରୀ ଏବଂ ଲିଜା ହେଡେନ୍ । ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବର ଗୀତ ଗୁଡ଼ିକ ବେଶ୍ ଲୋକପ୍ରିୟ ହୋଇସାରିଛି।

vlcsnap-2016-06-03-14h10m48s816 - Copyଏହି ସିନେମାର ଡାଇରେକ୍ଟର ସାଜିଦ- ଫରହାଦ ଥିବା ବେଳେ ପ୍ରଡ୍ୟୁସର ଅଛନ୍ତି ସାଜିଦ ନାଦିୟାୱାଲା । ସିନେମାର କାହାଣୀ ଜଣେ ବ୍ୟବସାୟୀ ବଟୁକ ଲାଲଙ୍କୁ ନେଇ ଗତିଶୀଳ । ଯାହାର ଅଛନ୍ତି ତିନି ସୁନ୍ଦରୀ ଝିଅ । ହେଲେ ବଟୁକ ଏମିତି ବାପା ଯିଏ ନିଜର ତିନି ଝିଅଙ୍କୁ ବାହା ଦେବାକୁ ଚାହାଁନ୍ତି ନାହିଁ । କିନ୍ତୁ ଏମାନେ ପରସ୍ପର ଚାହାଁନ୍ତି ନିଜ ନିଜର ବୟ ଫ୍ରେଣ୍ଡଙ୍କୁ ବିବାହ କରିବାକୁ ।

Riteish-Deshmukh-Akshay-Kumar-and-Abhishek-Bachchan-678x381 ଏହିଭଳି ଭାବେ ସିନେମାର କାହାଣୀ ହେଉଛି ଗତିଶୀଳ । ପୁଣି ଥରେ ସିନେମାରେ ଅକ୍ଷୟ କୁମାର ନିଜର କମେଡିରେ ଦର୍ଶକଙ୍କୁ ଯୋଗାଇଛନ୍ତି ହସର ଖୋରାକ । ସେହିପରି ରିତେଶ ଦେଶମୁଖ ଓ ଅଭିଷେକଙ୍କ ଅଭିନୟରେ ଦର୍ଶକମାନେ ବାଧ୍ୟ ହେବେ ହସିବାକୁ ।