ଫିଲ୍ମ ‘ଗଜନୀ ‘ ପାଇଁ ବାପା ଫେରି ପାଇଲା ହଜିଲା ପୁଅ : ଫିଲ୍ମରୁ ଅନୁପ୍ରାଣିତ ହୋଇ ବାପା, ପୁଅ ହାତରେ ନିଜ ନମ୍ବର କରାଇଥିଲେ ଟାଟୁ

43

କନକ ବ୍ୟୁରୋ : ବେଳେବେଳେ ଫିଲ୍ମରେ ଦେଖାଯାଇଥିବା ଦୃଶ୍ୟ ଗୁଡ଼ିକ ବାସ୍ତବ ଜୀବନରେ ଦେଖିବାକୁ ମିଳିଥାଏ । କିଛି ଲୋକ ଏହାକୁ ଅସଲ ଜୀବନରେ ଘଟିବ ବୋଲି ଭାବି ନଥାନ୍ତି । ଫିଲ୍ମରୁ ଅନୁପ୍ରାଣିତ ହୋଇ ଜଣେ ବାପା ଆଜି ତା’ ପୁଅକୁ ଫେରିପାଇବା ଘଟଣା ନାଟକୀୟ ଢ଼ଙ୍ଗରେ ହୋଇଛି । ଯେଉଁଠି ଜଣେ ବାପା ଆମିର୍ ଖାନଙ୍କ ଫିଲ୍ମ ‘ଗଜନୀ’ରୁ ଅନୁପ୍ରାଣିତ ହୋଇ ନିଜ ସମାଧାନର ବାଟ ବାହାର କରିଥିବା ବେଳେ ତାହା ଏବେ ତାହା ଫଳପ୍ରଦ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, କୁର୍ଲାରେ ରହୁଥିବା ଭେଙ୍କଣ ଜଣେ ବସ ଚାଳକ ହୋଇଥିବା ବେଳେ ତାଙ୍କ ପୁଅ ଶିବାଙ୍କର ଭୁଲିବାର ରୋଗ ରହିଥିଲା । ସେ ଅଧିକାଂଶ ସମୟରେ ଘରୁ କୁଆଡେ ଚାଲିଯାଉଥିଲେ । ତାଙ୍କୁ ଖୋଜି ପାଇବା ମୁସ୍କିଲ ହୋଇଯାଉଥିଲା । ‘ଗଜନୀ’ରେ ଆମିରଙ୍କ ଚରିତ୍ରକୁ ଦେଖି ତାଙ୍କ ଜଣେ ସାଙ୍ଗ ହାତରେ ଟାଟୁ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସବୁ ଜିନିଷ ଭୁଲି ଯାଉଥିବାରୁ ଆମିର ନିଜ ଶରୀରରେ ସବୁ ସୂଚନା ଲେଖି ରଖୁଥିବା ବେଳେ ଭେଙ୍କଣ ମଧ୍ୟ ସେଭଳି ନିଜ ପୁଅ ଶିବା ହାତରେ ୫-୬ବର୍ଷ ପୂର୍ବରୁ ଘରର ଫୋନ୍ ନମ୍ବର ଟାଟୁ କରାଇ ଦେଇଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା ତାଙ୍କର ଏହି ସମାଧାନର ବାଟ ସତରେ ଏତେ ଫଳପ୍ରଦ ହେବ । କିଛି ଦିନ ତଳେ ଶିବା ଘରକୁ ଫେରୁଥିବା ବେଳେ ସ୍କୁଲ ବସରୁ ଓହ୍ଲାଇ କୁଆଡେ ପଳାଇଥିଲେ । ଯାହା ପରେ ତାଙ୍କର କୌଣସି ପତ୍ତା ମିଳି ନଥିଲା । କିଛି ସମୟ ପରେ ଧନୟା ଯାଦବ ନାମ ଜଣେ ଟିସି ଭେଙ୍କଣଙ୍କୁ ଫୋନ କରି ଶିବା ଗୁରୁ ତେଗ୍ ବାହାଦୁର ନଗର ରେଳ ଷ୍ଟେସନ(ଜିଟିବିଏ)ରେ ତାଙ୍କ ପାଖରେ ଥିବା କହିଥିଲେ ।

ଏହା ଶୁଣି ଭେଙ୍କଣ ସେଠାରେ ପହଞ୍ଚି ଶିବାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଧନୟାଙ୍କୁ ପୂରା ଘଟଣା ପଚରାଯିବା ପରେ, ଶିବାଙ୍କୁ ଏକା ଦେଖି ମୁଁ ତାଙ୍କ ପାଖକୁ ଯାଇଥିଲି । କିନ୍ତୁ ସେ ମୋତେ ଦେଖି କାନ୍ଦିବାକୁ ଲାଗିଥିଲେ । ପରେ ମୁଁ ଏବଂ ଆଉ ଜଣେ ଯାତ୍ରୀ ତାଙ୍କୁ ବୁଝାଇବା ସହ ତାଙ୍କ ହାତରେ ଏକ ନମ୍ବର ଟାଟୁ କରାଯାଇଥିବା ଦେଖିଥିଲୁ । ସେ ନମ୍ବରରେ ଫୋନ କରିବା ପରେ ନମ୍ବରଟି ତାଙ୍କ ବାପାଙ୍କର ବୋଲି ଜଣା ପଡ଼ିଥିଲା ବୋଲି କହିଥିଲେ ଧନୟା ।