ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ନିର୍ମାଣ ହୋଇଛି ଛୋଟ ଫିଲ୍ମ : ସୋଆ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହୋଇଯାଇଛି “ଚଲୋ ଜିତେ ହେଁ”

97

ଆଜି ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଲାବେଳର କାହାଣୀକୁ ନେଇ ରଚିତ ୩୨ ମିନିଟର ଫିଲ୍ମ “ଚଲୋ ଜିତେ ହେଁ”ର ସ୍ୱତନ୍ତ୍ର ପ୍ରଦର୍ଶନ କରାଯାଇଛି । ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ର ତୈଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫିଲ୍ମଟିକୁ ଦେଖିଥିଲେ ।

ସ୍ୱାମୀ ବିବେକାନନ୍ଦଙ୍କ ବାଣୀରେ ପ୍ରଭାବିତ ବାଳକ ମୋଦି ପ୍ରାୟ ସମସ୍ତଙ୍କୁ ‘ତୁମ୍ କିସ୍ କେ ଲିଏ ଜିତେ ହୋ’- ପ୍ରଶ୍ନ ପଚାରୁଥିବା ଦେଖାଯାଉଛି । ଫିଲ୍ମରେ ମୋଦିଙ୍କ ଜନ୍ମ ସ୍ଥାନ ଗୁଜରାଟର ଭଦନଗର ସ୍କୁଲ, ତାଙ୍କ ବାପାଙ୍କ ସହ ଚା’ ବିକୁଥିବା ରେଳ ଷ୍ଟେସନକୁ ମଧ୍ୟ ସ୍ଥାନିତ କରାଯାଇଛି । ଫିଲ୍ମରେ ଶିଶୁ ମୋଦି ଭୂମିକାରେ ଅଭିନୟ କରିଥିବା ମୁମ୍ବାଇର ଶିଶୁ କଳାକାର ଧୈର୍ଯ୍ୟ ଦର୍ଜୀ ଓ ପ୍ରଯୋଜକ ମହାବୀର ଜୈନଙ୍କ ସହ ଅନେକ କଳାକାର ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ । ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ଏହି ଫିଲ୍ମଟି ଦେଖି ଏହାର ପ୍ରଶଂସା କରିଥିଲେ ।