ଆଜି ଫିଲ୍ମ ଆସୋସିଏସନ ସିଣ୍ଡିକେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ଚିଟଫଣ୍ଡ ଲିଙ୍କ ଥିବା ପ୍ରଯୋଜକ କଳା ତାଲିକାଭୁକ୍ତ ହୋଇପାରନ୍ତି

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ଲିଙ୍କ ଥିବା ପ୍ରଯୋଜକ କଳା ତାଲିକାଭୁକ୍ତ ହୋଇପାରନ୍ତି । ଚିଟଫଣ୍ଡ କଂପାନୀ ଓ ଠକ ବିଲ୍ଡରଙ୍କ ସହ ଓଲିଉଡରେ ଲିଙ୍କ ଅଭିଯୋଗ ପ୍ରସଙ୍ଗରେ ଆଜି ଫିଲ୍ମ ଆସୋସିଏସନ ସିଣ୍ଡିକେଟ୍ ଓ ପ୍ରଯୋଜକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ଚିଟଫଣ୍ଡ ଲିଙ୍କ ଥିବା ପ୍ରଯୋଜକଙ୍କ ବିଷୟରେ ନିଷ୍ପତି ନିଆଯିବା ସମ୍ଭାବନା ରହିଛି । ଠକ ବିଲ୍ଡର ଓ ଚିଟଫଣ୍ଡ ସଂସ୍ଥା କିଭଳି ଫିଲ୍ମ ନିର୍ମାଣ କରିପାରିବେନି, ଏମାନଙ୍କ କଳାଟଙ୍କା କିଭଳି ଓଡିଆ ଫିଲ୍ମରେ ଲାଗିବ ନାହିଁ, ସେନେଇ ଆଜି ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି । ଚିଟଫଣ୍ଡ ଲିଙ୍କ ଥିବା ଫିଲ୍ମ ପ୍ରଯୋଜକଙ୍କୁ କଳା ତାଲିକାଭୁକ୍ତ କରାଯିବ କି ନାହିଁ ତାହା ଆଜିର ବୈଠକ ପରେ ନିଷ୍ପତି ନିଆଯିବ ବୋଲି ପ୍ରଯୋଜକ ସଂଘ ସଭାପତି କୁଶ ପଟ୍ଟନାୟକ ସୂଚନା ଦେଇଛନ୍ତି ।