କଙ୍ଗନା ରାଣାୱତଙ୍କ ସହ କାମ କରିଥିବା ଅଭିନେତ୍ରୀ କୃତିକାଙ୍କ ସନ୍ଦେହଜନକ ମୃତ୍ୟୁ ! ମୁଣ୍ଡରେ ରହିଛି କ୍ଷତ ଚିହ୍ନ

48

ରବିବାର ସନ୍ଧ୍ୟାରେ ଜଣାଶୁଣା ମଡେଲ୍ ତଥା ଅଭିନେତ୍ରୀ କୃତିକା ଚୌଧୁରୀଙ୍କ ମୃତ ଦେହକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କ ମୃତ ଦେହକୁ ସେ ରହୁଥିବା ଅନ୍ଧେରି ସ୍ଥିତ ବାସଭବନରୁ ଉଦ୍ଧାର କରିଛି ପୋଲିସ । କୃତିକା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟାକରାଯାଇଛି ? ପୋଲିସ ଏସବୁର ଉତ୍ତର ପାଇଁ ଯାଞ୍ଚ ଜାରି ରଖିଛି । ପୋଷ୍ଟମୋଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

ପୋଲିସ ଅନୁସାର କୃତିକାଙ୍କ ଶବ C¡ûe ùaùk gXÿòaû ଆରମ୍ଭ ହୋଇ ଯାଇଥିଲା ଏବଂ ସେଥିରୁ ଦୁର୍ଗନ୍ଧ ଆସୁଥିଲା । ଫରେନସିକ ଟିମର ମୂଲ୍ୟାୟନ ପରେ ଜଣାପଡଛିିି କୃତିକାଙ୍କ ମଥାରେ କ୍ଷତ ଚିହ୍ନ ରହଛିିି । ସୂଚନାଯୋଗ୍ୟ କୃତିକା ସିନେମା ‘ରଜ୍ଜୋ’ ଜରିଆରେ ବଲିଉଡରେ ଅଭିନୟ ଆରମ୍ଭ କରିଥିଲେ । ଏଥିରେ କଙ୍ଗନା ରାଣାୱତ ମୁଖ୍ୟ ଭୂମିକାରେ ଥିଲେ । ଏହା ବ୍ୟତୀତ ସେ ‘ମୁମ୍ବାଇ କ୍ୟାନ ଡାନ୍ସ ଶାଲା’ ସିନେମା ଓ ଏକତା କପୁରଙ୍କ ଏକ ସିରିଏଲରେ ମଧ୍ୟ କାମ କରିଛନ୍ତି । ଏବେ ପୋଲିସ ଏହି ମୃତ୍ୟୁ ପଛର ରହସ୍ୟକୁ ସମାଧାନ କରିବାରେ ଲାଗିଛି ।

ଏହାସହ ପଢ଼ନ୍ତୁ – ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଛାଡି ପୁଅ ଫେରାର୍ ! ଅସହାୟ ଅବସ୍ଥାରେ ଗୀତା କପୁର୍