ନଡ଼ିଆ ଗଛରେ ତିନି ବର୍ଷ ଧରି ଜୀବନ ବିତାଇଲେ ଫିଲିପିନ୍ସର ଜଣେ ବ୍ୟକ୍ତି ! ବନ୍ଧୁକଫୁଟା ଶଦ୍ଦ ଶୁଣି ହରାଇଲେ ମାନସିକ ଭାରସାମ୍ୟ

36

ଏମିତି ଅନେକ ମଣିଷ ଥାଆନ୍ତି ଯିଏ ଅଳ୍ପ କିଛି ଘଟଣା ଦୁର୍ଘଟଣାରେ ବହୁତ ଜୋରରେ ଡ଼ରି ଯାହାନ୍ତି । ଅଚାନକ କିଛି ଦୁର୍ଘଟଣା ଯୋଗୁଁ ପାଗଳାମି ପରି ବ୍ୟବହାର କରନ୍ତି । ଏମିତି କିଛି ଘଟଣା ଘଟିଛି ଫିଲିପିନ୍ସର ଜଣେ ବ୍ୟକ୍ତିଙ୍କ ସହ । ବନ୍ଧୁକ ଗୁଳି ନ ଖାଇ କେବଳ ବନ୍ଧୁକ ଦେଖି ତଥା ଭୟଙ୍କର ଶଦ୍ଦ ମଣିଷକୁ କେଉଁ ଭଳି ପାଗଳ କରିଦେଇପାରେ, ଏହାର ଜଣେ ଜ୍ୱଳନ୍ତ ଦୃଷ୍ଟାନ୍ତ ହେଲେ ଫିଲିପିନ୍ସର ଅଗୁଆନ୍ ଡେଲ୍ ସର୍ ପ୍ରୋଭିନ୍ସ ଅନ୍ତର୍ଗତ ଲାପାଜ୍ର ସତଚାଳିଶ ବର୍ଷ ବୟସ୍କ ବ୍ୟକ୍ତତ ଗିଲବର୍ଟ ସାଞ୍ଚେଜ୍ । ତିନି ବର୍ଷ ତଳେ ଏକ ପାନଶାଳାରେ ବନ୍ଧୁକ ଫୁଟିବାର ଶଦ୍ଦ ଶୁଣି, ତାଙ୍କୁ ଭୟଙ୍କର ଭାବେ ବିଚଳିତ କରିଥିଲା ।

ଘରକୁ ଫେରି ସେ ହଠାତ୍ କାହାକୁ କିଛି ନ କହି ନିଜ ବାଡିରେ ଥିବା ଷାଠିଏ ଫୁଟ୍ ଉଚ୍ଚତାର ନଡ଼ିଆ ଗଛଉପରକୁ ଚଢିଯାଇଥିଲେ । ଆଉ ଓହ୍ଲାଇ ନ ଥିଲେ । ଦୁଇ ଦିନ ଭୋକ-ଉପାସରେ କାଟିଲା । ତାହା ପରେ ତାଙ୍କ ମାଆ, ତାଙ୍କୁ ଗଛ ଉପରେ ଆବିଷ୍କାର କଲେ । ହେଲେ ଯେତେ ବୁଝାଇଲେ ବି ଗିଲବର୍ଟ ବୁଝିବାକୁ ନାରାଜ । ଅଗତ୍ୟା, ଏକ ଦଉଡି ଦ୍ୱାରା, ଗଛ ଉପରକୁ ଖାଦ୍ୟ-ପାନୀୟ ପଠାଇବାର ବ୍ୟବସ୍ଥା କଲେ । ଗିଲବର୍ଟଙ୍କର ସବୁ କାର୍ଯ୍ୟ ଗଛ ଉପରେ ଚାଲିଲା । ତଳେ ଅରିଷ୍କାର ହେଲା । ସଫା କାମ ମାଆ ତୁଲାଇଲେ । ଏମିତି ତିନି ବର୍ଷ କଟିବା ପରେ, ବାହାର ଲୋକ ହସ୍ତକ୍ଷେପ କରିଛନ୍ତି । ତାଙ୍କୁ ପୁଲିସ ସହାୟତାରେ ଗଛରୁ ଅଣାଯାଇ ଏବେ ଚିକିତ୍ସା କରାଯାଉଛି ।