ଆପଣଙ୍କ ମୋବାଇଲରେ ଅଛି କି ଶେୟାର ଇଟ୍ ଓ ଜେଣ୍ଡର ଆପ୍ ? ତୁରନ୍ତୁ ହଟାନ୍ତୁ, ରହିଛି ଡାଟା ଚୋରି ହେବାର ଭୟ

53

ଆପଣ ନିଜ ଫୋନରେ ଶେୟାର ଇଟ୍ ଓ ଜେଣ୍ଡର ଆପ୍ ନିହାତି ରଖିଥିବେ । ଏହି ଦୁଇ ଆପ୍ ଡାଟା ପଠାଇବା ପାଇଁ ଓ ହଟସ୍ପଟ୍ ପାଇଁ ବ୍ୟବହାର କରାଯାଏ । ତେବେ ଏହି ଦୁଇ ଆପ୍ ଦାବି କରନ୍ତି ବିନା ଇଂଟରନେଟରେ ଏମାନେ ସବୁଠାରୁ ଅଧିକ ଡାଟା ପଠାଇ ପାରନ୍ତି । ଏହାର ଅର୍ଥ ହେଲା ୱାଇଫାଇ ନେଟୱର୍କରେ ଏକ ଫୋନର ଡାଟା ଅନ୍ୟ ଫୋନକୁ ଅଧିକ ବେଗରେ ପଠାଯାଇପାରେ । ତେବେ ପ୍ଲେଷ୍ଟୋରରେ ଫାଇଲ ଗୋ ନାମକ ଏକ ଆପ୍ ରହିଛି । ଯାହା ଏହି ଦୁଇ ଆପ ଠାରୁ ଅଧିକ ବେଗରେ ଡାଟା ଟ୍ରାନ୍ସଫର କରିପାରେ । ଏହାକୁ ଗୁଗୁଲ ତିଆରି କରିଛି , ଏହାର ଅର୍ଥ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଏହି ଆପ୍ । ଆପଣ ଭାବୁଥିବେ ଫାଇଲ ଗୋ ଆପ୍ ହିଁ କାହିଁକି । କାରଣ ଶେୟାର ଇଟ୍ ଓ ଜେଣ୍ଡର ଆପ୍ ବିକଳ୍ପରେ ଅନେକ ଆପ୍ ଉପଲବ୍ଧ ।

ଫାଇଲ ଗୋ ଆପ୍ କାହିଁକି ?

– ଫାଇଲ ଗୋ ଆପର ପୁରା ନାମ Files Go by Google: Clean up space on your phone ଅଟେ ।
– ଏହା ଆପଣଙ୍କ ଫୋନରେ ସ୍ପେସ୍ ତିଆରି କରିବା ପାଇଁ ଓ ଫାଇଲ ଟ୍ରାନ୍ସଫର କରିବା ପାଇଁ ମଧ୍ୟ କାମ କରେ ।
– ଗୁଗଲର ଦାବି ଅନୁସାରେ ୧୨୫ ଏମବିପିଏସ୍ ବେଗରେ ଫାଇଲ ଟ୍ରାନ୍ସଫର କରିବ । ଏଥିପାଇଁ ଇଂଟରନେଟ ଦରକାର ନାହିଁ ।
– ଆଣ୍ଡଏଡ଼୍ ଗୁଗୁଲର ଅପରେଟିଂ ସିଷ୍ଟମ୍ ଅଟେ ଯାହାଦ୍ୱାରା ଏହି ଆପ୍ ଭଲ ପ୍ରଦର୍ଶନ କରେ ।
– ଏହି ଆପର କୌଣସି ପ୍ରକାର ବିଜ୍ଞାପନ ନାହିଁ । ଏହି ଆପରେ କୌଣସି ପ୍ରକାର ବିଜ୍ଞାପନ ଆସେନାହିଁ । ଯାହାଦ୍ୱାରା ଏହାକୁ ବ୍ୟବହାର କରିବା ବହୁତ ସହଜ ।

ଫାଇଲ ଗୋ ଆପ୍ ବିଷୟରେ –
– ଗୁଗଲର ଫାଇଲ ଗୋ ଆପ୍ ବିଷୟରେ ୟୁଜର ବିଶେଷ ଜାଣନ୍ତି ନାହିଁ ।
– ଏହି ଆପୟ ୧୫ ଏମବିର ଅଟେ । ଏହାକୁ ୫୦ ଲକ୍ଷରୁ ଅଧିକ ଥର ଡାଉନଲୋଡ଼୍ କରାଯାଇଛି ।
– ଏହା ଆଣ୍ଡଏଡ୍ର ଭର୍ସନ ୫,୦ ଓ ତାହା ଉପର ଭର୍ସନରେ ହିଁ ଇନଷ୍ଟୋଲ କରାଯାଇ ପାରିବ ।
– ୟୁଜର ଏହି ଆପକୁ ୫ରୁ ୪.୬ ରୁ ଷ୍ଟାର ରେଟିଂ ଦେଇଛନ୍ତି ।

ନିକଟରେ ସରକାର ଏକ ଆଡ଼ଭାଇଜରୀ ଜାରି କରିଛନ୍ତ, ଯେଉଁଥିରେ କିଛି ଚୀନ ମୋବାଇଲ ଆପକୁ ହଟାଇବା ନେଇ କୁହାଯାଇଥିଲା । ଏହି ଆପ୍ ହଟାଇବା ସହ ତୁରନ୍ତ ଫୋନକୁ ଫର୍ମାଟ୍ କରିବା ପାଇଁ ଆଡ଼ଭାଇଜରିରେ ମଧ୍ୟ କୁହାଯାଇଛି । ଆଡ଼ଭାଇଜରୀ ମୁତାବକ ବିଦେଶୀ ଗୁପ୍ତଚର ଏଜେନ୍ସି ବିଶେଷକରି ଚୀନ ଓ ପାକିସ୍ତାନ ଡାଟା ଚୋରି କରୁଛନ୍ତି । ଆଉ ଏହି ତାଲିକାରେ ଜେ ସେୟାର ଇଟ ଓ ଜେଣ୍ଡର ଆଦି ଆପର ନାମ ସାମିଲ୍ ରହିଛି ।