ସରକାରୀ ଜମିରେ ଘର ନିର୍ମାଣକୁ ନେଇ ସଂଘର୍ଷ । ପାଟକୁରା ଥାନା ଆଖୁଆ ଗାଁରେ ବୋମାମାଡ 

31

କନକ ବ୍ୟୁରୋ : ସରକାରୀ ଜମିରେ ଘର ନିର୍ମାଣକୁ ନେଇ ବୋମାମାଡ ସନ୍ଦେହ । କେନ୍ଦ୍ରାପଡା ଜିଲ୍ଳା ପାଟକୁରା ଥାନା ଅନ୍ତର୍ଗତ ଆଖୁଆ ଗାଁରେ ହୋଇଛି ବୋମାମାଡ । ଗତକାଲି ରାତିରେ ଏହି ଗାଁର ଚିନ୍ତାମଣି ପରିଡାଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇ ଯାଇଛନ୍ତି ଦୁବୃର୍ତ । ଚିତ୍ରୋତ୍ପଳା ନଦୀ ବନ୍ଧ ଉପରେ ଜଳ ସମ୍ପଦର ଜାଗା ଉପରେ ଦୋକାନ ଘର ନିର୍ମାଣକୁ କେନ୍ଦ୍ର କରି ବୋମାମାଡ କରାଯାଇଥିବା ସନ୍ଦେହ କରିଛନ୍ତି ଚିନ୍ତାମଣି । ସେ କହିଛନ୍ତି ସରକାରୀ ଜମିରେ ଆଗରୁ ସେ ମାଟି ପକାଇ ଥିଲେ ।

କିନ୍ତୁ ଗାଁର ଅନ୍ୟ ଜଣେ ବ୍ୟକ୍ତି ଜୋର ଜବରଦସ୍ତ ସେହି ସ୍ଥାନରେ ଘର ତିଆରି କରିଥିଲେ । ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏନେଇ ପାଟକୁରା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ଚିନ୍ତାମଣି । ତାପରେ ବୋମାମାଡ କରି ଦୁବୃର୍ତମାନେ ଫେରାର ହୋଇଯାଇଥିଲେ । ଖବର ପାଇଁ ଘଟଣା ସ୍ଥଳରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି ।