ନକ୍ସଲ ପ୍ରଭାବିତ ରାଜ୍ୟକୁ କେନ୍ଦ୍ର ଦେଲା ଚିଠି, କହିଲା-ମହାରାଷ୍ଟ୍ରର ‘ସି-୬୦’ ଭଳି ଲଢ଼େଇ କରନ୍ତୁ ସୁରକ୍ଷାବଳ

42

କେନ୍ଦ୍ର ସରକାର ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ପୁଲିସ ମୁଖ୍ୟ ଓ କେନ୍ଦ୍ର ଅର୍ଦ୍ଧ ସୈନିକ ବଳଙ୍କ ଡିଜିକୁ ମହାରାଷ୍ଟ୍ରର ସି-୬୦ କମାଣ୍ଡୋ ଭଳି କୈାଶଳ ଓ ଅଭ୍ୟାସ କରିବା ପାଇଁ ପତ୍ର ଲେଖିଛନ୍ତି । ସି-୬୦ କମାଣ୍ଡୋ ସବୁଠାରୁ ଭଲ ଉପାୟରେ ପ୍ରଶିକ୍ଷିତ କମାଣ୍ଡୋ ହୋଇଥାନ୍ତି, ଯାହାଙ୍କ ଡରରେ ଥରହର ହୋଇଯାଆନ୍ତି ନକ୍ସଲ । ଏହି କମାଣ୍ଡୋ ଏପ୍ରିଲ ୨ରେ ଦୁଇଟି ଭିନ୍ନ ଭିନ୍ନ ମୁକାବିଲାରେ ୩୯ ନକ୍ସଲଙ୍କୁ ନିହତ କରିଥିଲେ ଏବଂ ଏହି ଅଭିଯାନରେ ସୁରକ୍ଷା ବଳଙ୍କୁ କୈାଣସି କ୍ଷତି ପହଂଚି ନଥିଲା । କେନ୍ଦ୍ରୀୟ ଗୃହ ସଚିବ ରାଜୀବ ଗୌବା ରାଜ୍ୟଗୁଡିକୁ ପତ୍ର ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲ୍ଲା ସ୍ତରୀୟ ବଳର ବିଚାର ୧୯୮୯-୯୦ରେ ଆଇପିଏସ୍ ଅଧିକାରୀ କେ ପି ରଘୁବଂଶୀ ଦେଇଥିଲେ । ଆସନ୍ତୁ ଜାଣିବା ନକ୍ସଲ ବିରୋଧୀ ଅଭିଯାନ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ବିଶେଷ ବଳ ବିଷୟରେ….

• ମହାରାଷ୍ଟ୍ର ପୁଲିସ୍ ୧୯୮୯-୯୦ରେ ନକ୍ସଲଙ୍କ ସହ ଲଢ଼ିବା ପାଇଁ ଏକ ବିଶେଷ ଟିମ୍ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ରାଜ୍ୟର ସବୁଠାରୁ ଅଧିକ ନକ୍ସଲ ପ୍ରଭାବିତ ଅଂଚଳ ଗଢ଼ଚିରୋଲୀରେ ସ୍ଥାନୀୟ ଲୋକଙ୍କୁ ଚୟନ କରି ଏହାର ଗଠନ କରିଥିଲେ ।

• ପ୍ରାରମ୍ଭରେ ଜିଲ୍ଲାର କେତେକ ଗାଁରୁ ୬୦ ଆଦିବାସୀ ଲୋକଙ୍କୁ ଏଥିରେ ଭର୍ତ୍ତି କରାଯାଇଥିଲା । ଏବେ ଏହି ୟୁନିଟ୍ ରେ ୮୦୦ ଲୋକ ସାମିଲ ଅଛନ୍ତି ଓ ଏମାନେ ଗଢ଼ଚିରୋଲୀର ଭିନ୍ନ ଭିନ୍ନ ଭାଗରେ ୨୪ଟି ଟିମ୍ ରେ ବାଣ୍ଟି ହୋଇ କାମ କରନ୍ତି ।

• ସି-୬୦ କମାଣ୍ଡୋ ଅତି ପ୍ରଶିକ୍ଷିତ ହୋଇଥାଆନ୍ତି । ସେମାନେ ସ୍ଥାନୀୟ ଭୂଭାଗ, ସ୍ଥାନୀୟ ଭାଷା ଭଳି ଗୌଣ୍ଡି ତଥା ମରାଠି ଭାଷା ବୋଲନ୍ତି । ନକ୍ସଲମାନେ ଏହି ଅଂଚଳରେ ଏହି ଭାଷାରେ କଥାବାର୍ତ୍ତା କରନ୍ତି ।

• ସି-୬୦ କମାଣ୍ଡୋ ଜୀବନ ରକ୍ଷା ପାଇଁ ସବୁଠାରୁ ଭଲ ଶୈଳୀର ଟ୍ରେନିଙ୍ଗ ନେଇଥାନ୍ତି । ଜଙ୍ଗଲରେ ଯୁଦ୍ଧର ସ୍ଥିତିରେ ନକ୍ସଲଙ୍କ ଉପରେ କାବୁ ପାଇଥାନ୍ତି ।

• ସି-୬୦ ବଳର ମୁଖିଆ ମଧ୍ୟ ଆଦିବାସୀ ହୋଇଥାନ୍ତି । ଏହା ଦ୍ୱାରା ୟୁନିଟ୍ ରେ ସୁବିଧାର ବାତାବରଣ ବନିଥାଏ ।

• ଏହି କମାଣ୍ଡୋ ନୂଆ ନୂଆ ଅସ୍ତ୍ର ଓ ଗେଜେଟ୍ସ ପରିଚାଳନା କରିବାରେ ଦକ୍ଷ ଥାନ୍ତି । ତାଙ୍କର ଗୁପ୍ତ କ୍ଷମତା ବି ଭଲ ଥାଏ ।