ମନ୍ତ୍ରୀଙ୍କ ସାମ୍ନାରେ ମୁହାଁମୁହିଁ । ନୂତନ ଗୃହ ଉଦଘାଟନ ବେଳେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ, ଜାଣନ୍ତୁ କେଉଁଠି

36

କନକ ବ୍ୟୁରୋ : କଲେଜରେ ମନ୍ତ୍ରୀଙ୍କ ସାମ୍ନାରେ ହାତାହାତି । କେହି କାହା କଥା ଯେପରି ଶୁଣିବା ଅବସ୍ଥାରେ ନଥିଲେ । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏତେ ଉଗ୍ର ରୂପ ଧରିଥିଲା ଯେ, କିଛି ଛାତ୍ର ଏଥିରେ ଆହତ ହୋଇଛନ୍ତି । ଆଉ ଏଭଳି ଏକ ଘଟଣା କମର୍ଦ୍ଦା ସୁରେନ୍ଦ୍ରନାଥ କଲେଜରେ ଦେଖିବାକୁ ମିଳିଛି ।

ସୂଚନା ଅନୂଯାୟୀ, ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଥିବା କମର୍ଦ୍ଦା ସୁରେନ୍ଦ୍ରନାଥ କଲେଜରେ ନୂତନ କୋଠାଘର ଉଦଘାଟନ କରିବାକୁ ଯାଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ । ତେବେ ଉଦଘାଟନ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ସଂଘର୍ଷ । ନୂତନ ଗୃହ ଉଦଘାଟନକୁ ନେଇ କିଛି ଛାତ୍ର ଅନନ୍ତ ଦାସଙ୍କୁ ବିରୋଧ କରିଥିଲେ । ଏପରିକି ଉଭୟ ଗୋଷ୍ଠୀ ମଧ୍ୟ ପରସ୍ପର ହାତାହାତି ମଧ୍ୟ ହୋଇଥିଲେ । ତେବେ ପୋଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ପରେ ମନ୍ତ୍ରୀ ନୂତନ କୋଠାଘର ଉଦଘାଟନ କରିଥିଲେ ।