ପୁରୀ ଦୁଇ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ : ଜଣେ ଗୁରୁତର

38

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀରେ ଦର୍ଶନାର୍ଥୀଙ୍କୁ ନେଇ ଯାତ୍ରୀ ଗୁମାସ୍ତା ଓ ଧୁଳିଆ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ । ଧୁଳିଆ ସେବାୟତଙ୍କ ମାଡରେ ଜଣେ ଗୁମାସ୍ତା ଗୁରୁତର ହୋଇଛନ୍ତି । ତାଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତି କରାଯାଇଛି । ସାତପାହାଚ ନିକଟରେ ଧୁଳିଆ ସେବାୟତଙ୍କ ମାଡରେ ରକ୍ତାକ୍ତ ହୋଇଛନ୍ତି ଯାତ୍ରୀ ଗୁମାସ୍ତା ମଧୁସୂଦନ ପଣ୍ଡା । ଏନେଇ ସିଂହଦ୍ୱାର ଥାନରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି ଆହତ ଗୁମାସ୍ତା ମଧୁସୂଦନ ପଣ୍ଡା ।