ବିଜେଡି ବିଜେପିର କୁନ୍ଦୁଲି କଳି! ଧର୍ମେନ୍ଦ୍ର କହିଲେ, ନ୍ୟାୟିକ ତଦନ୍ତ ଗପକାହାଣୀ । ବିଜେଡି କହିଲା, କେନ୍ଦ୍ର ଗୃହ ବିଭାଗକୁ ନେଇ କରାନ୍ତୁ ତଦନ୍ତ

60

କନକ ବ୍ୟୁରୋ : କୁନ୍ଦୁଲି ପୀଡିତାଙ୍କ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ବିଚାରବିଭାଗୀୟ ତଦନ୍ତ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଚାର ବିଭାଗୀୟ ତଦନ୍ତ ଏକ ଗପ କାହାଣୀ । ଏଥିରୁ କିଛି ମିଳିବନାହିଁ । ପୀଡିତାଙ୍କ ଗଣମାଧ୍ୟମରେ ବୟାନ ସବୁଠାରୁ ବଡ ପ୍ରମାଣ ବୋଲି ଧର୍ମେନ୍ଦ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ସେପଟେ ବିଜେଡି ଧର୍ମେନ୍ଦ୍ରଙ୍କ ଅଭିଯୋଗର ଜବାବ ରଖିଛି ।

kunduli gang rapeଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କୁନ୍ଦୁଲି ଘଟଣାରେ କଣ ପାଇଁ ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛି । ଏହାଛଡା ରାଜ୍ୟ ସରକାର ଯେଉଁ ସବୁ ଘଟଣାରେ ବିଚାର ବିଭାଗୀୟ ତଦନ୍ତ କରିଛନ୍ତି ତାହାର ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଏହାର ଜବାବରେ ବିଜେଡି କହିଛି ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ବାରମ୍ବାର ଏଭଳି ସାମ୍ବାଦିକ ସମ୍ବଳନୀ କରୁଛି । ଏହାଛଡା କୁନ୍ଦୁଲି ମାମଲାରେ ଯଦି ବିଜେପି ପାଖରେ କୌଣସି ପ୍ରମାଣ ଅଛି ତେବେ କୋର୍ଟ ନିକଟରେ ତାକୁ ଉପସ୍ଥାପନ ବିଜେପି କରୁ ବୋଲି ବିଜେଡି କହିଛି ।

କୁନ୍ଦୁଲି ଘଟଣାକୁ ନେଇ ରାଜନୀତି ବଢୁଥିବା ବେଳେ ଆଜି କୁନ୍ଦୁଲି ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ବିଜେପି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ବିଜେପି ପଠାଇଥିବା ୩ ଜଣିଆ ପ୍ରତିନିଧି ଦଳ ଆଜି କୁନ୍ଦୁଲି ଗସ୍ତ କରି ପୀଡିତାଙ୍କ ପରିବାର ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ଏହା ସହ କୁନ୍ଦୁଲି ଘଟଣାସ୍ଥଳରେ ସରଜମିନ ତଦନ୍ତ କରିଛନ୍ତି କେନ୍ଦ୍ର ପଠାଇଥିବା ଏହି ପ୍ରତିନିଧି ଦଳ । ଏହି ଟିମ୍ରେ ଅଛନ୍ତି କେନ୍ଦ୍ରୀୟ ନେତ୍ରୀ ସରୋଜ ପାଣ୍ଡେ, ଜ୍ୟୋତି ଧ୍ରୁବେ ଓ ଅଂଜୁ ବାଲା । କେନ୍ଦ୍ରୀୟ ଟିମ୍ ସହ ଓଡିଶା ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ କୁନ୍ଦୁଲିରେ ଅଛନ୍ତି ।