ଶ୍ରଦ୍ଧା କପୁରଙ୍କ ପାଇଁ ବଲିଉଡର ଦୁଇ ନାମୀ ନାୟକଙ୍କ ମଧ୍ୟରେ କଳି ! ଆସନ୍ତୁ ଜାଣିବା ଏ କାହାଣୀ ପଛର ରହସ୍ୟ

31

ସିନେମା ‘ଆଶ୍ୱିକୀ ୨’ର ସଫଳତା ପରେ ଶ୍ରଦ୍ଧା କପୁର ଓ ଆଦିତ୍ୟ ରୟ କପୁରଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢି ଉଠିଥିବାର ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସେ ସମୟରୋ ଏକଥାକୁ ଉଭୟେ ମାନି ନଥିଲେ । ସେପଟେ ସିନେମା ‘ରକ ଅନ ୨’ ସିନେମାର ରିଲିଜ ପରେ ଉକ୍ତ ସିନେମାର ମୁଖ୍ୟ ନାୟକ ଫରହାନ ଅଖତାରଙ୍କ ସହ ଶ୍ରଦ୍ଧା କପୁରଙ୍କ ସହ ଅନ୍ତରଙ୍ଗତା ବଢିଥିଲାର ଖବର ପ୍ରଚାର ହୋଇଥିଲା ।

ଏହି ସଂପର୍କକୁ ନେଇ ମଧ୍ୟ ଉଭୟ ଶ୍ରଦ୍ଧା ଓ ଫରହାନ କେବେ ଗଣମାଧ୍ୟମ ଆଗରେ ସ୍ୱୀକାର କରିନାହାନ୍ତି । ଏହାପରେ ପୁଣି ଥରେ ‘ଓକେ ଜାନୁ’ ସିନେମାରେ ଶ୍ରଦ୍ଧା ଓ ଆଦିତ୍ୟ ଏକାଠି ଅଭିନୟ କରିଥିଲେ । ଉକ୍ତ ସିନେମାର ସୁଟିଂ ବେଳେ ଉଭୟେ ପୁଣି ପାଖାପାଖି ଆସିଛନ୍ତି ବୋଲି ଖବର ଆସିଥିଲା ଯାହା ଫରହାନଙ୍କୁ ବିଲକୁଲ ପସନ୍ଦ ହେଲା ନାହିଁ ।

ସୂତ୍ର ଅନୁସାରେ ଫରହାନ ଏହି କଥାକୁ ନେଇ ବହୁତ ରାଗିଥିଲେ । କିନ୍ତୁ ଉଚିତ ସମୟରେ ଶ୍ରଦ୍ଧା କଥାକୁ ସମ୍ଭାଳି ନେଇଥିଲେ । ଏହି ମାମଲାକୁ ସମ୍ଭାଳିବା ପାଇଁ ଶ୍ରଦ୍ଧା ଫରହାନଙ୍କ ଘରେ ପହଞ୍ଚିଥିଲେ । ଏଇଠି କହିରଖୁଛୁ ଫରହାନଙ୍କ ଘର ଆଗରେ ଆଦିତ୍ୟଙ୍କ ଗାଡିକୁ ମଧ୍ୟ ଦେଖା ଯାଇଥିଲା । ଏଥିରୁ ଜଣାପଡୁଛି ନିଜେ ଆଦିତ୍ୟ ହିଁ ଶ୍ରଦ୍ଧାକୁ ନେଇ ଫରହାନଙ୍କ ନିକଟକୁୁ ଆସିଥିଲେ । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରଦ୍ଧା ଏବେ କାହାସହ ତାଙ୍କ ପ୍ରେମ ସଂମ୍ପର୍କ ବଢାଉଛନ୍ତି ତାହା ଦେଖିବା ପାଇଁ ବାକି ରହିଲା ।