ରାସ୍ତା ଉପରେ ଯୁଦ୍ଧ ବିମାନ ! ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ କରିଡରରେ ପରିଚାଳନା ନେଇ ସ୍ଥାନ ଚିହ୍ନଟ

52

କନକ ବ୍ୟୁରୋ : ଓଡିଶାର ରାଜରାସ୍ତାରେ ଅବତରଣ କରିବ ଯୁଦ୍ଧ ବିମାନ । ଏଥିପାଇଁ ଓଡିଶାର କିଛି ନିର୍ଦ୍ଦିଷ୍ଟ ଜାତୀୟ ରାଜପଥକୁ ଚିହ୍ନଟ କରିଛନ୍ତି କେନ୍ଦ୍ର ସରକାର । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ, ଇଣ୍ଡିଆନ ଏୟାରପୋର୍ଟ ଅଥରିଟି ଓ ପ୍ରତିରକ୍ଷା ମନ୍ତ୍ରାଳୟର ମିଳିତ ଉଦ୍ୟମରେ ଏହି ପଦକ୍ଷେପ ନିଆଯାଇଛି । ଯୁଦ୍ଧ ସମୟ, ପ୍ରାକୃତିକ ବିପର୍ଯ୍ୟୟ ଓ ନକ୍ସଲ ଅପରେସନ ସମୟରେ ଜରୁରୀକାଳିନ ଅବତରଣ ପାଇଁ ଚିହ୍ନଟ ହୋଇଛି ଏହି ରାଜପଥ ।

ପୂର୍ବରୁ ଦେଶର ବିଭିନ୍ନ ରାଜରାସ୍ତାରେ ଯୁଦ୍ଧ ବିମାନ ଅବତରଣ କରିବାର ନଜିର ରହିଛି । କିଛି ଦିନ ତଳେ ଉତ୍ତର ପ୍ରଦେଶ ଯମୁନା ଏକ୍ସପ୍ରେସ ୱେରେ ବି ଭାରତୀୟ ବାୟୁସେନାର ବିମାନ ସଫଳତାର ସହ ଅବତରଣ କରିଥିଲା । ଆଉ ଏବେ ଓଡିଶା ଝାଡଖଣ୍ଡ ଓ ଛତିଶଗଡ କରିଡରରେ ଥିବା ଜାତୀୟ ରାଜପଥରେ ବିମାନ ଅବତରଣ ପାଇଁ ନିଷ୍ପତି ନିଆଯାଇଛି ।

ଏବେ ଦେଖିନ୍ତୁ କେମିତି ଓ କିଭଳି ଭାବରେ ରାସ୍ତା ଉପରେ ଅବତରଣ କରିବ ଯୁଦ୍ଧ ବିମାନ ।

ବାଲେଶ୍ୱର-ଜାମସେଦପୁର ଓ ଛତ୍ରପୁର-ଦୀଘା ରାଜପଥର ସମ୍ପ୍ରସାରଣ ହେବ

ଯୁଦ୍ଧବିମାନର ଅବତରଣକୁ ସହ୍ୟ କରିବା ପାଇଁ ରାସ୍ତାକୁ ମଜଭୂତ୍ କରାଯିବ

ଏଟିସି ସହ ଯୋଗାଯୋଗ ପାଇଁ ଅସ୍ଥାୟୀ ନେଟୱର୍କ ଓ ସିଗନାଲର ବ୍ୟବସ୍ଥା

ଯୁଦ୍ଧବିମାନ ଅବତରଣ ସମୟରେ ଟ୍ରାଫିକ ଚଳାଚଳ ବନ୍ଦ ରହିବ

ଦେଶର ମୋଟ ୧୨ଟି ରାଜପଥକୁ ରନୱେ ଭାବବେ ବ୍ୟବହାର କରିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ପ୍ରାକୃତିକ ବିପର୍ଯ୍ୟୟ ଓ ନକ୍ସଲ ଅପରେସନକୁ ଗୁରୁତ୍ୱ ଦିଆଯାଇ ଓଡିଶା ଝାଡଖଣ୍ଡ ଓ ଛିତିଶଗଡ କ୍ୟାଡରକୁ ଗୁରୁତ୍ୱ ଦିଆଯାଉଛି ।