କଳାହାଣ୍ଡିରେ ବାଇକ ବୋଝେଇ ଟ୍ରକରେ ଲାଗିଲା ନିଆଁ । ପୋଡିଗଲା ୫୦ଟି ଦୁଇ ଚକିଆ ଗାଡି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

27

କନକ ବ୍ୟୁରୋ : ବାଇକ ବୋଝେଇ ଟ୍ରକରେ ଲାଗିଲା ନିଆଁ । ଜଳିଗଲା ୫୦ଟି ଦୁଇ ଚକିଆ ଗାଡି । କଳାହାଣ୍ଡି ଭବାନୀପାଟଣା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଅଟକି ରହିଥିବା ଟ୍ରକରେ ନିଆଁ ଲାଗିଯିବା ଯୋଗୁଁ ଟ୍ରକରେ ଥିବା ସମସ୍ତ ୫୦ଟି ବାଇକ ପୋଡି ଯାଇଛି । ତେବେ କେଉଁ କାରଣରୁ ଟ୍ରକରେ ନିଆଁ ଲାଗିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବାଇକ ବୋଝେଇ ଟ୍ରକଟି ହରିଦ୍ୱାରରୁ ରାଜସ୍ଥାନର ଜୟପୁର ଯାଉଥିବା ବେଳେ ଭବାନୀପାଟଣାରେ ଅଟକି ରହିଥିବା ବେଳେ ଟ୍ରକରେ ନିଆଁ ଲାଗିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଖୈତାନ ଲଜିଷ୍ଟିକ୍‌ ପ୍ରାଇଭେଟ୍‌ ଲିମିଟେଡ ନାମକ ଏକ କମ୍ପାନିର ଆରଜେ ୫୨ଜିଏ ୩୧୬୮ ନମ୍ବର ବିଶିଷ୍ଟ କଣ୍ଟେନରଟି ୫୦ଟି ହିରୋ କମ୍ପାନି ବାଇକ ନେଇ ହରିଦ୍ୱାରରୁ ଜୟପୁର ଯିବା ବାଟରେ ଆଜି ଭୋର ଭୋରରୁ ହଠାତ ଭବାନୀପାଟଣା ନିକଟରେ ଜଳି ଯାଇଥିଲା। ଖବରପାଇ ଭବନୀପାଟଣା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ଅଗ୍ନିକାଣ୍ଡର ପ୍ର୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।