ବିଶ୍ୱର ପଂଚମ ବୃହତ ହୀରାଖଣ୍ଡ ଆବିଷ୍କୃତ । ମୂଲ୍ୟ ୪୦ ନିୟୁତ ଡଲାର

173

କନକ ବ୍ୟୁରୋ : ବିଶ୍ୱରେ ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ବୃହତ ହୀରା ଖଣ୍ଡ ମଧ୍ୟରେ ୫ମ ବୃହତ ହୀରାଖଣ୍ଡ ଲିସୋଥୋର ଏକ ଖଣିରୁ ମିଳିଛି। ବ୍ରିଟେନର ଖଣି ଖନନକାରୀ କମ୍ପାନି ଜେମ ଡାଇମଣ୍ଡସ ପକ୍ଷରୁ ଏହି ୯୧୦ କ୍ୟାରେଟ ହୀରା ପଥରକୁ ଖୋଳାଯାଇଛି। ଏହି ମୂଲ୍ୟବାନ ପଥର ଖଣ୍ଡର ଆକାର ଦୁଇଟି ଗଲଫବଲର ଆକାର ସହ ପ୍ରାୟ ସମାନ ହେବ।

ଏତଦବ୍ୟତୀତ ଏହି ହୀରାଖଣ୍ଡର ଓଜନ ୬.୪ ଆଉନ୍ସ ରହିଛି, ଯାହାକି ବେସବଲର ଓଜନ (ପ୍ରାୟ ୫ ଆଉନ୍ସ) ଠାରୁ ଅଧିକ। ଲିବେରମ କ୍ୟାପିଟାଲ ନାମକ ଏକ କମ୍ପାନିର ଜଣେ ଖଣି ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ହୀରାର ମୂଲ୍ୟ ୪୦ ନିୟୁତ ଡଲାର ବା ପ୍ରାୟ ୩୩ ନିୟୁତ ୟୁରୋ ହେବ।