ପଂଚଦଶ ଅର୍ଥ କମିଶନଙ୍କ ହିସାବ-କିତାବ୍ ! ଓଡ଼ିଶା ପ୍ରତି କେମିତି ରହିବ କେନ୍ଦ୍ରୀୟ ଅନୁଦାନର ରୁପରେଖ ସେନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ବୈଠକରେ ପକ୍ଷ ରଖିବେ ନବୀନ ଓ ତାଙ୍କ ଟିମ

88

କନକ ବ୍ୟୁରୋ: ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଂଚଦଶତମ ଅର୍ଥ କମିଶନଙ୍କ ବୈଠକ । ଏଥିରେ ମୁଖ୍ୟତଃ ପଂଚଦଶ ଅର୍ଥ କମିଶନରେ କେନ୍ଦ୍ରୀୟ ଅନୁଦାନ ଓଡିଶା ପ୍ରତି କଣ ରହିବ ସେନେଇ ଆଲୋଚନା ଜାରି ରହିଛି । ଏହି କ୍ରମରେ ଆଜି ଅର୍ଥ କମିଶନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସକାଳ ୧୦ଟାରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହି ନିଜ ନିଜର ପକ୍ଷ ରଖିବେ ।

 

ଗତକାଲି ରାଜ୍ୟ ବ୍ୟବସାୟୀ ମହାସଂଘର ପ୍ରତିନିଧି, ଫିକି, ଉକ୍ରଳ ଚାମ୍ବର ଅଫ କର୍ମସର ପ୍ରତିନିଧି ଏବଂ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ କମିଶନରଙ୍କ ସହ ଏକ ବୈଠକ କରିଥିଲେ । ସେଥିରେ ସେମାନେ ନିଜ ନିଜ ଦାବି ଉପସ୍ଥାପନ କରିଛନ୍ତି । ରାଜ୍ୟ ବ୍ୟବସାୟୀ ମହାସଂଘ ତାର ୮ଦଫା ଦାବି ରଖିଛି । ଏହା ମଧ୍ୟରେ ରହିଛି ରିଟେଲ ସେକ୍ଟରରେ ଏଫଡିଆଇକୁ ବିରୋଧ, ଜିଏସଟିର ସରଳୀକରଣ, କାର୍ଡ ସ୍ୱାପିଂରେ ୧.୫ ପ୍ରତିଶତ ଉଚ୍ଛେଦ ଏବଂ ପର୍ଯ୍ୟଟନର ପ୍ରଚାର ପ୍ରସାର ଇତ୍ୟାଦି ।

ସେହିପରି ଫିକି ମଧ୍ୟ କିଛି ଦାବି ରଖିଛି । ରାଜ୍ୟରେ ଥିବା ପ୍ରାକୃତିକ ସମ୍ପଦରେ ଭାଲ୍ୟୁ ଆଡିସନ, ସାବରିମାଳା ପ୍ରକଳ୍ପରେ ଓଡିଶାକୁ ସାମିଲ କରିବା, ଏମଏସଏମଇ ସେକ୍ଟରରେ ସ୍ଥାନିୟଲୋକଙ୍କୁ ନିଯୁକ୍ତି ଏବଂ ସ୍କିଲ ଡେଭଲପମେଂଟକୁ ପ୍ରୋତ୍ସାହନ ଭଳି ଦାବି ରଖିଛି ଫିକି । ପଂଚଦଶ ଅର୍ଥ ଆୟୋଗର ଚେୟାରମ୍ୟାନ ନନ୍ଦ କିଶୋରସିଂହଙ୍କ ସମେତ ଏକ ୧୭ ଜଣିଆ ଟିମ ଓଡିଶା ଆସି ଏହି ବୈଠକରେ ଭାଗ ନେଇଛନ୍ତି ।