ଆଉ କେଇ ଘଣ୍ଟା ପରେ ମହାଲଢେଇ ! ୨୬୦ କୋଟି ଟଙ୍କା ଏବଂ ୧୮ କ୍ୟାରେଟ୍ ସ୍ୱର୍ଣ୍ଣ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଫ୍ରାନ୍ସ-କ୍ରୋଏସିଆ, କିଏ ରଚିବ ନୂଆ ଇତିହାସ ?

1

ଦୀର୍ଘ ଏକ ମାସ ଧରି ଚାଲିଥିବା ଫିଫା ବିଶ୍ୱକପ୍ ୨୦୧୮ ଫାଇନାଲ ମ୍ୟାଚ୍ ପରେ ଚାମ୍ପିଅନ ଟିମର ମୁଣ୍ଡ ଉପରେ ଟଙ୍କାର ବର୍ଷା ହେବ । ଆଉ କେଇ ଘଣ୍ଟା ପରେ ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ୍ ସୁନାରେ ତିଆରି ଚିକ୍କଣ ଟ୍ରଫି ପାଇଁ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ । ରୁଷିଆର ରାଜଧାନୀରେ ହେବାକୁ ଥିବା ଫିଫା ବିଶ୍ୱକପର ୨୧ତମ ସଂସ୍କରଣରେ ଏହି କଡ଼ା ମୁକାବିଲା ଦେଖିବାକୁ ପଡ଼ିବ । ଫାଇନାଲରେ ପରାଜିତ ଟିମକୁ ପାଖାପାଖି ୧୯୧ କୋଟି ଟଙ୍କା ମିଳିବ । ଏହା ବ୍ୟତୀତ ତୃତୀୟ ସ୍ଥାନ ଅଧିକାର କରିଥିବା ବେଲଜିୟମ ଟିମକୁ ୨୪ ମିଲିୟନ ଡଲାର ଅର୍ଥାତ ୧୬୪ କୋଟି ଟଙ୍କା ମିଳିବ । ୪ର୍ଥ ସ୍ଥାନରେ ଥିବା ଇଂଲଣ୍ଡ ପାଇବ ୨୨ ମିଲିୟନ ଡଲାର ଅର୍ଥାତ ପାଖାପାଖି ୧୫୦ କୋଟି ଟଙ୍କା ପୁରସ୍କାର ।

କେଉଁ ବିଶ୍ୱକପରେ କେତେ ଖର୍ଚ୍ଚ :

୧୯୮୨(ସ୍ପେନ୍): ୨୦ ମିଲିୟନ ଡଲାର

୧୯୮୬(ମେକ୍ସିକୋ): ୨୬ ମିଲିୟନ ଡଲାର

୧୯୯୦(ଇଟାଲି): ୫୪ ମିଲିୟନ ଡଲାର

୧୯୯୪(ଆମେରିକା): ୭୧ ମିଲିୟନ ଡଲାର

୧୯୯୮(ଫ୍ରାନ୍ସ): ୧୦୩ ମିଲିୟନ ଡଲାର

୨୦୦୨(ଦ. କୋରିଆ ଓ ଜାପାନ): ୧୫୬ ମିଲିୟନ ଡଲାର

୨୦୦୬(ଜର୍ମାନୀ): ୨୬୬ ମିଲିୟନ ଡଲାର

ଚଳିତ ଫିଫା ବିଶ୍ୱକପରେ ପୁରସ୍କାର ରାଶି ୭୯ କୋଟି ୧୦ ଲକ୍ଷ ଡଲାର ରଖାଯାଇଛି । ଏହା ୨୦୧୪ରେ ବ୍ରାଜିଲରେ ଆୟୋଜିତ ବିଶ୍ୱକପ୍ ଠାରୁ ୪୦ ପ୍ରତିଶତ ଅଧିକ । ଚାମ୍ପିଅନ ଟିମକୁ ମିଳୁଥିବା ପୁରସ୍କାର ରାଶି ଗତ ଥର ତୁଳନାରେ ୩୦ ପ୍ରତିଶତ ଅଧିକ । ପୁରସ୍କାର ରାଶି ମାମଲାରେ ବିଶ୍ୱକପ୍ ୨୦୧୮ ନୂଆ ରେକର୍ଡ କରିଛି । ଗତ ଥର ବ୍ରାଜିଲ ବିଶ୍ୱକପରେ ସମୁଦାୟ ପୁରସ୍କାର ରାଶି ୫୭୬ କୋଟି ମିଲିୟନ ଡଲାର ଥିଲା, ଯାହାକି ୨୦୧୦ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ଏହା ୪୨୦ ମିଲିୟନ ଡଲାର ଥିଲା ।

Comments are closed.