ଫିଫା ବିଶ୍ୱକପରେ ମେସିଙ୍କ ଯାଦୁ : ଶେଷ ଲିଗ ମ୍ୟାଚରେ ନାଇଜେରିଆକୁ ହରାଇ କ୍ୱାଟରରେ ଆର୍ଜେଂଟିନା

42

କନକ ବ୍ୟୁରୋ : ଫିଫା ୱାଲର୍ଡ କପରେ ଆର୍ଜେଂଟିନା ପ୍ରି କ୍ୱାଟରଫାଇନାଲରେ ପହଂଚିଛି । ମଙ୍ଗଳବାର ରାତିରେ ଲିଓନେଲ ମେସି ଏବଂ ମାର୍କସ ରୋଜୋଙ୍କ ଗୋଲ ଦ୍ୱାରା ଆର୍ଜେଂଟିନା ୨-୧ରେ ନାଇଜେରିଆକୁ ହରାଇଥିଲା । ସେଂଟପିଟର୍ସବର୍ଗ ଷ୍ଟାଡିୟମରେ ମ୍ୟାଚର ୧୪ତମ ମିନିଟରେ ମେସି ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ । ମେସିଙ୍କ ଏହି ଗୋଲ ଥିଲା ଚଳିତ ବିଶ୍ୱକପର ୧୦୦ତମ ଗୋଲ । ଆର୍ଜେଂଟିନା ଗ୍ରୁପର ଦ୍ୱିତୀୟ ଦଳ ଭାବେ ପ୍ରିକ୍ୱାଟରରେ ସ୍ଥାନ ପାଇଲା । ପ୍ରି କ୍ୱାଟରରେ କ୍ରୋଏସିଆ ଡେନମାର୍କକୁ ଏବଂ ଆର୍ଜେଂଟିନା ଫ୍ରାନ୍ସକୁ ଭେଟିବ ।

ସେପଟେ ଗ୍ରୁପ ସିର ବିଜେତା ଓ ଉପବିଜେତା ଭାବେ ମସ୍କୋ ମହାସମରର ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଫ୍ରାନ୍ସ ଓ ଡେନମାର୍କ । ଫ୍ରାନ୍ସ ଲିଗ ପର୍ଯ୍ୟାୟ ୩ଟି ମ୍ୟାଚରୁ ୨ଟି ଜିତି ଗୋଟିଏ ଅମୀମାଂସିତ ରଖି ୭ ପଏଂଟ ସହ ଗ୍ରୁପ ବିଜେତା ହୋଇଛି । ଅନ୍ୟପଟେ ଡେନମାର୍କ ଗୋଟିଏ ବିଜୟ ଓ ୨ଟି ମ୍ୟାଚ ଅମୀମାଂସିତ ରଖି ୫ ପଏଂଟ ସହ ପ୍ରି-କ୍ୱାର୍ଟରକୁ ଯାଇଛି । ଗତକାଲି ଫ୍ରାନ୍ସ ଓ ଡେନମାର୍କ କେହି କାହାରିକୁ ଗୋଲ ଦେଇନପାରି ପଏଂଟ ଭାଗ କରିଥିଲେ ।