ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ: ମୁହାଁମୁହିଁ ହେବେ ଉରୁଗୁଏ ଓ ଫ୍ରାନ୍ସ, ଅନ୍ୟପଟେ ବ୍ରାଜିଲକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ବେଲଜିୟମ

30

ଆଜିଠୁ ଆରମ୍ଭ ଫିଫା ଫୁଟବଲ ବିଶ୍ୱକପ କ୍ୱାର୍ଟର-ଫାନାଲର ମହା ମୁକାବିଲା । ଏହି କ୍ୱାଟରଫାନାଲର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଉରୁଗୁଏ ଓ ଫ୍ରାନ୍ସ । ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ ମିନିଟରେ ଋଷିଆର ନିଝନୀ ନୋଭଗୋରଡ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ । ଅନ୍ୟପଟେ ଭାରତୀୟ ସମୟ ରାତି ୧୧ଟା ୩୦ ମିନିଟରେ ୫ମ ଫିଫା ବିଶ୍ୱକପ ବିଜେତା ବ୍ରାଜିଲକୁ ଭେଟିବ ବେଲଜିୟମ । ଚଳିତ ଫିଫା ଫୁଟବଲ ବିଶ୍ୱକପରେ ନକ୍ ଆଉଟ୍ ମ୍ୟାଚରେ ଫ୍ରନ୍ସ ଗତଥର ଫିଫା ବିଶ୍ୱକପର ରନର୍ସଅପ ଟିମ ଆର୍ଜେଣ୍ଟିନାକୁ ପରାଜୟ କରି କ୍ୱାଟରଫାଇନାଲ ଟିକେଟ ହାସଲ କରିଥିବାବେଳେ ଉରୁଗୁଏ ଟିମ ପର୍ତ୍ତୁଗାଲକୁ ହରାଇ କ୍ୱାଟରଫାଇନାଲରେ ପ୍ରବେଶ କରିଛି । ତେବେ ଉଭୟ ଦଳ ନିଜର ପୂର୍ବ ମ୍ୟାଚରେ ଫିଫା ର୍ୟାକିଂରେ ଥିବା ଶକ୍ତିଶାଳୀ ଦଳକୁ ପରାଜୟ କରି ମନବଳ ଦୃଢ କରିଛନ୍ତି ।

ପୂର୍ବରୁ ଖେଳାଯାଇଥିବା ନକ୍ ଆଉଟ୍ ମ୍ୟାଚରେ ଫ୍ରାନ୍ସ ଯୁବ ତାରକା ଫୁଟବଲର କଲିୟାନ ଏମବାପେ ହିରୋ ସାଜିଥିବାବେଳେ ଅନ୍ୟପଟେ ଉରୁଗୁଏ ପାଇଁ ଦୁଇଟି ଗୋଲ କରି କ୍ୱାଟରଫାଇନାଲ ଟିକେଟ ପକ୍କା କରିଥିଲେ ଉରୁଗୁଏ ଷ୍ଟାର ଏଡିନସନ କାଭାନୀ । ହେଲେ ଆଜିର ମ୍ୟାଚରେ ଉରୁଗୁଏ ଷ୍ଟାର ଫୁଟବଲର ସୁଏରେଜ ଓ ବିପକ୍ଷ ଦଳ ଫ୍ରାନ୍ସର ଡିଫେନ୍ସ ଷ୍ଟାର ପୋଗବାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ତେବେ ଫିିଫା ବିଶ୍ୱକପରେ ଉଭୟ ଦଳ ୮ଥର ସାମ୍ନାସାମ୍ନି ହୋଇଛନ୍ତି । ଯେଉଁଥିରେ ଫ୍ରାନ୍ସ ମାତ୍ର ଗୋଟିଏ ଥର ଉରୁଗୁଏକୁ ହରାଇବାରେ ସକ୍ଷମ ହୋଇଛି । ବର୍ତ୍ତମାନ ଫିଫା ର୍ୟାକିଂରେ ଉରୁଗୁଏ ୧୪ତମ ସ୍ଥାନରେ ଥିବାବେଳେ ଫ୍ରାନ୍ସ ବର୍ତ୍ତମାନ ୭ମ ସ୍ଥାନରେ ରହିଛି । ତେବେ ୧୯୯୮ ମସିହାରେ ଫିଫା ବିଶ୍ୱକପ୍ ଚାମ୍ପିୟନ ହୋଇଥିବା ଫ୍ରାନ୍ସ ସମ୍ମୁଖରେ ରହିବ ବଡ ଚ୍ୟାଲେଞ୍ଜ ।

ଶେଷଥର ପାଇଁ ୧୯୫୦ ମସିହାରେ ଫିଫା ବିଶ୍ୱକପ ଚମ୍ପିୟନ ହୋଇଥିବା ଉରୁଗୁଏ ଟିମ ଚଳିତ ବର୍ଷ ଦେଖାଇଛି ପୁଣି ଚମ୍ପିୟନ ହେବାର ଦମଦାର ଝଲକ । କାରଣ ସୁଏରେଜଙ୍କ ଆସିଷ୍ଟ୍ ଓ କାଭାନୀଙ୍କ ଯୋଡି ଫ୍ରାନ୍ସର କଡା ଡିଫେଣ୍ଡରର୍ସଙ୍କୁ ଭେଦ କରିବାରେ ସକ୍ଷମ ହେବେ ବୋଲି ଫୁଟବଲପ୍ରେମୀ ଅପେକ୍ଷା କରି ରହିଛନ୍ତି । ସେହିପରି କାଜାନ ଆରେନା ଠାରେ ଖେଳାଯିବାକୁ ଥିବା ବ୍ରାଜିଲ ଓ ବେଲଜିୟମ ମ୍ୟାଚ ମଧ୍ୟ ସଂର୍ଘଷପୂର୍ଣ୍ଣ ହେବ ।