ଗଂଜାମ ପାତ୍ରପୁର ନବୋଦୟ ସ୍କୁଲରେ ଜ୍ୱର ଆତଙ୍କ ! ୬୦ ଛାତ୍ରଛାତ୍ରୀ ଆକ୍ରାନ୍ତ, ୪ ଜଣଙ୍କ ଅବସ୍ଥା ଗୁରୁତର

31

କନକ ବ୍ୟୁରୋ : ନବୋଦୟ ସ୍କୁଲରେ ଜ୍ୱର ଆତଙ୍କ । ଗଂଜାମ ଜିଲ୍ଲା ପାତ୍ରପୁର ସୁରଙ୍ଗୀ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ୬୦ରୁ ଅଧିକ ଛାତ୍ରଛାତ୍ରୀ ଜ୍ୱରରେ ଆକ୍ରାନ୍ତ ହୋଇଥିବାବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ନବୋଦୟ ବିଦ୍ୟାଳୟରେ ଏକ ଡାକ୍ତରୀ ଟିମ ପହଂଚି ଆକ୍ରାନ୍ତଙ୍କୁ ଚିକିତ୍ସା କରିଛନ୍ତି । ତେବେ ଏମାନେ ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ସମସ୍ତ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଜଣେ ଛାତ୍ରଙ୍କ ରକ୍ତରେ ମ୍ୟାଲେରିଆ ଭୂତାଣୁ ଥିବା ଜଣାପଡିଛି । ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ୍ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରଖିଥିବାବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଘଟଣା ଉପରେ ନଜର ରଖିଛି । ସେପଟେ ୧୦ଜଣ ଆକ୍ରାନ୍ତଙ୍କୁ ତାଙ୍କ ପରିବାର ଲୋକେ ଘରକୁ ନେଇଯାଇଥିବା ଜଣାପଡିଛି ।