ଆସିଗଲା ପାର୍ବଣ ଋତୁ ! ଚାଲିବ ୪୦୦୦ ସ୍ୱତନ୍ତ୍ର ଟ୍ରେନ୍ , କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା

54

ଆଗକୁ ଆସୁଛି ପାର୍ବଣ ଋତୁ । ତେବେ ଏହି ସମୟରେ ଦେଶରେ ଅନେକ ଭିଡ଼ ଦେଖିବା ପାଇଁ ମିଳେ । ଲୋକେ ଯିବାଆସିବା କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏହାକୁ ଦୃଷ୍ଟିରେ ରଖି ତଥା ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ ସ୍ୱତନ୍ତ୍ର ଟ୍ରେଲ ଚଲାଇବ ବୋଲି ସୂଚନା ମିଳିବ । ଦଶହରା, ଦୀପାବଳୀ ଓ ଛଟପୂଜା ପରି trainଲୋକପ୍ରିୟ ପର୍ବପର୍ବାଣୀ ପାଇଁ ଭାରତୀୟ ରେଳ ବିଭାଗ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପାର୍ବଣ ଋତୁରେ ହୋବକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ରେଳ ବିଭାଗ ବିଭିନ୍ନ ରୁଟରୁ ସ୍ୱତନ୍ତ୍ର ଟ୍ରେନ ଚଳାଇବ ବୋଲି ଘୋଷଣା କରିଛି । ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏହାର ସୂଚନା ଦେଇ କହିଛନ୍ତି ଆଗକୁ ଅଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ୪୦୦୦ ସ୍ୱତନ୍ତ୍ର ଟ୍ରେନ ଚଳାଯିବ । ଏହା ବ୍ୟତୀତ ସେ କହିଛନ୍ତି ଗତ ବର୍ଷ ରେଳ ବିଭାଗ ଏହି ସମୟରେ ୩୮୦୦ ନୂଆ ଟ୍ରେନ ଚଳାଇଥିଲା । କିନ୍ତୁ ଭିଡ଼କୁ ଦୃଷ୍ଟିରେ ରଖି ଏଥର ଟ୍ରେନ ସଂଖ୍ୟା ବଢ଼ାଇଦିଆଯାଇଛି ।

ଏହାସହ ସେ ସ୍ପଷ୍ଟ କରିଛନ୍ତି, ରେଳ ବିଭାଗ କେବଳ ସ୍ୱତନ୍ତ୍ର ଟ୍ରେନ ଚଳାଇବ ନାହିଁ । ଠିକ ମସମୟରେ ଟ୍ରେନfestive-season-railway-to-run-4000-special-trains ଚାଲିବା ଓ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ଠିକ ସମୟରେ ପହଞ୍ଚିିବା କଥାକୁ ମଧ୍ୟ ଧ୍ୟାନରେ ରଖାଯିବ । ଏହା ବ୍ୟତୀତ ମନୋଜ ସିହ୍ନା କହିଛନ୍ତି ନିୟମିତି ଚାଲୁଥିବା ଟ୍ରେନରେ ୯୫୦୦ ଅତିରିକ୍ତ ଡବା ଲଗାଇବାର ମଧ୍ୟ ବ୍ୟବସ୍ଥା କରାଯିବା । ମନ୍ତ୍ରୀ କହିଛନ୍ତି ଦୁର୍ଗା ପୂଜା ଓ ଦିପାବଳୀରେ ଦେଶରେ ବିଭିନ୍ନ ସ୍ଥାନକୁୁ ଲୋକପ୍ରିୟ ଗନ୍ତବ୍ୟ ସ୍ଥଳକୁ ରେଳ ଗାଡ଼ି ଚଳାଯିବ ଏବଂ ନିୟମିତ ରୂପେ ଚାଲୁଥିବା ଟ୍ରେନରେ ଅତିରିକ୍ତ ଡବା ଲଗାଯିବ । ଅନ୍ୟପଟେ ଛଟ ପର୍ବରେ କୋଲକାତା, ଦିଲ୍ଲଈୀ, ମୁମ୍ବାଇ, ସୁରଟ, ବଡ଼ଦୋରା ଓ ଅହମଦାବାଦରୁ ପୂର୍ବ ଉତ୍ତରପ୍ରଦେଶ ଓ ବିହାର ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ ।

କେବଳ ଯେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ହେବ ତାହା ନୁହେଁ ଏହି ସମୟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯିବ । ଏହା ବ୍ୟତୀତ ଷ୍ଟେସନରେ ବିକ୍ରୀ ଓ ବତିରଣର ସୁବିଧା ମଧ୍ୟ ଦିଆଯିବ । ଏହି ସମୟରେ ଅଧିକ ଭିଡ଼ ହେଉଥିବାରୁ ବ୍ୟସ୍ତ ସମୟରେ କେବଳ ଯାତ୍ରୀଙ୍କୁ ହିଁ ପ୍ଲାଟଫର୍ମ ଟିକଟ ଦିଆଯିବ । ଅନ୍ୟ ଲୋକଙ୍କ ପାଇଁ ପ୍ଲାଟଫର୍ମ ଟିକଟ ବିକ୍ରି ହେବ ନାହିଁ । ଏହ ବ୍ୟତୀତ ଯାତ୍ରୀଙ୍କ ସୁବିଧା ପାଇଁ ଷ୍ଟେସନରେ ପଣ୍ଡାଲ ଓ ଖାଦ୍ୟପାନୀୟ ବ୍ୟବସ୍ଥା କରାଯିବ ।