ଭାରତରୁ ଜବତ ହେଲା ୯ କିଲୋଗ୍ରାମ ମାରାତ୍ମକ ଫେଣ୍ଟାଲିନ କେମିକାଲ । ବଞ୍ଚିଗଲା ୪୦ରୁ ୫୦ ଲକ୍ଷ ଲୋକଙ୍କ ଜୀବନ

73

ଇନ୍ଦୋରର ଏକ ବେଆଇନ ଲାବୋରୋଟରୀରୁ ୯ କିଲୋଗ୍ରାମ କ୍ଷତିକାରକ ରାସାୟନିକ କେମିକାଲ ଫେଣ୍ଟାନିଲ ଜବତ କରାଯାଇଛି । ସବୁଠୁ ବଡ କଥା ହେଉଛି, ଯେତିକି ପରିମାଣର ଫେଣ୍ଟାଲିନ୍ ଜବତ କରାଯାଇଛି ସେଥିରେ ୪୦ରୁ ୫୦ ଲକ୍ଷ ଲୋକଙ୍କ ଜୀବନ ଯାଇ ପାରିଥାନ୍ତା । ତେବେ ଏହି କ୍ଷତିକାରକ ଫେଣ୍ଟାଲିନ କେମିକାଲ ରଖିବା ଅଭିଯୋଗରେ ଜଣେ ପିଏଚଡି ଛାତ୍ରକୁ ଗିରଫ କରାଯାଇଛି ।

ଡାଇରେକ୍ଟର ଅଫ୍ ରେଭିନ୍ୟୁ ଇଣ୍ଟଲିଜେନ୍ସ ଡିଆରଡିଓର ଏକ ସାଇଣ୍ଟିଫିକ୍ ଟିମ ସହ ମିଶି ଗୋଟିଏ ସପ୍ତାହ ସର୍ଚ୍ଚ ଅପରେସନ କରିବା ପରେ ଏହି ବେଆଇନ ଲାବୋରୋଟରୀ ଠାବ କରିଥିଲେ । ଆଉ ଏଠାରୁ ଘାତକ କେମିକାଲ ଫେଣ୍ଟାଲିନ୍ ଜବତ କରିଥିଲେ । ଏହି ଅବୈଧ ଲାବୋରୋଟରୀକୁ ଜଣେ ପିଏଚଡି ଛାତ୍ର ଓ ସ୍ଥାନୀୟ ବ୍ୟବସାୟୀ ଚଳାଉଥିଲେ । ଆଉ ଏହି ମାମଲାରେ ମେକ୍ସିକୋର ଜଣେ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି । ଫେଣ୍ଟାଲିନ କେମିକାଲକୁ କ୍ଷତିକାରକ ଏଥିପାଇଁ କୁହାଯାଇଥାଏ କାରଣ ଏହାକୁ ଶୁଙ୍ଘିଲେ ମଧ୍ୟ ମୃତ୍ୟୁ ହୋଇଥାଏ । ସବୁଠାରୁ ବଡ କଥା ହେଉଛି, ଏହି ଫେଣ୍ଟାଲିନ କେମିକାଲ ବେଶ ସହଜରେ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ।

ଏହା ଏତେ ମାରାତ୍ମକ ଯେ, ମାତ୍ର ୨ ମିଲିଗ୍ରାମ ଫେଣ୍ଟାଲିନ କେମିକାଲ କୌଣସି ବ୍ୟକ୍ତିର ଜୀବନ ମଧ୍ୟ ନେଇପାରେ । ଏହି ଫେଣ୍ଟାଲିନ କେମିକାଲକୁ ପେନ କିଲର ଓ ନିଶ୍ଚେତକ ଔଷଧ ପାଇଁ ବ୍ୟବହାର କରାଯାଇଥାଏ । ୧ କେଜି ଫେଣ୍ଟାନିଲ୍ରୁ ୧୦ ଲକ୍ଷ ପେନ୍ କିଲର ବଟିକା ତିଆରି କରାଯାଇପାରିବ। ହେରୋଇନ୍ ଠାରୁ ଏହା ୫୦ ଗୁଣା ଶକ୍ତିଶାଳୀ। ସେହିପରି ମର୍ଫିନଠାରୁ ଏହା ୧୦୦ ଗୁଣା ଶକ୍ତିଶାଳୀ।

ଭାରତରେ ପ୍ରଥମ ଥର ପାଇଁ ଫେଣ୍ଟାଲିନ ଭଳି ମାରାତ୍ମକ କେମିକାଲ ଜବତ କରାଯାଇଛି । ଯାହାକୁ ନେଇ ଦିଲ୍ଲୀ ଗୁଇନ୍ଦା ଏଜେନ୍ସି ମଧ୍ୟ ସର୍ତକ ହୋଇଯାଇଛନ୍ତି । ତେବେ ଏତେ ସହଜରେ ଏତେ ପରିମାଣର ଫେଣ୍ଟାଲିନ କେମିକାଲ ଭାରତରେ ଜବତ ହେବା ଅନେକ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଏହି ମାରାତ୍ମକ ଫେଣ୍ଟାଲିନ କେମିକାଲ ପ୍ରସ୍ତୁତ କରିବାକୁ ବୈଜ୍ଞାନିକ ମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଥାଏ । ଖାସକରି ଏହାକୁ ଅନୁଭବୀ ତଥା ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ପ୍ରସ୍ତୁତ କରିଥାନ୍ତି । ଏହାକୁ ମେଡିସିନ ପ୍ରସ୍ତୁତ କରିବା ପାଇଁ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ତେବେ ଭାରତରୁ ଜବତ ହୋଇ୍ଥିବା ଫେଣ୍ଟାଲିନର ମୂଲ୍ୟ ୧୧୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଭାତରରେ ଫେଣ୍ଟାଲିନ ପ୍ରସ୍ତୁତ କରି ଏହାକୁ ବାହାର ଦେଶକୁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି ।