ପ୍ରେମ ସଂଗୀତରେ ପ୍ରତାରଣାର ଧୂନ୍ ! ମ୍ୟୁଜିକ ଡାଇରେକ୍ଟର ନାଁରେ ସଂଗୀନ ଅଭିଯୋଗ ଆଣିଲେ କଣ୍ଠଶିଳ୍ପୀ

66

କନକ ବ୍ୟୁରୋ : ରାଜଧାନୀରେ ଆସିଛି ଲଭ, ସେକ୍ସ ଓ ଧୋକ୍କାର ଏକ ଅଭିଯୋଗ । ମୁମ୍ବାଇରେ ପଢୁଥିବା ଜଣେ ଓଡିଆ ଗାୟିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସଂପର୍କ ରଖିଥିଲେ ସଂଗୀତ ନିର୍ଦ୍ଦେଶକ ଦୀପୁ ଦାସ ମହାପାତ୍ର । ଶାରିରୀକ ସଂପର୍କ ପରେ ଏବେ ବିବାହ କରିବାକୁ ମନା କରିଦେଉଛନ୍ତି ଦୀପୁ । ଫଳରେ ମାମଲା ଏବେ ଥାନାରେ ।

ଆରପଟେ କିଛି ଦିନ ତଳେ ବିବାହ ପୂର୍ବରୁ ସହମତି ଭିତିରେ ରଖାଯାଇଥିବା ଶାରୀରିକ ସମ୍ପର୍କ ଓ ପରେ ପ୍ରତାରଣାର ଅଭିଯୋଗ ନେଇ ମୁମ୍ବାଇ ହାଇକୋର୍ଟ ଦେଇଥିବା ରାୟ ଏବେ ପୁଣି ଚର୍ଚ୍ଚାରେ । ଏଥିରେ ହାଇକୋର୍ଟ କହିଥିଲେ ଜଣେ ଶିକ୍ଷିତା ଯୁବତୀ ନିଜ ଜାଣତରେ ଜଣେ ଯୁବକ ସହିତ ମିଶିବା ଓ ସହମତିରେ ଶାରିରୀକ ସଂପର୍କ ରଖିବାପରେ ପରବର୍ତୀ ସମୟରେ ଯୁବକ ଜଣକ ବିବାହ କରିବାକୁ ମନା କରିବା ପରେ ଏହାକୁ ବଳାକ୍ରାର ବୋଲି କୁହାଯାଇପାରିବ ନାହିଁ । ଏହି ଘଟଣାର ମାତ୍ର ୨ ସପ୍ତାହ ଭିତରେ ଓଡିଶାରେ ଘଟିଛି ଏମିତି ଏକ ଘଟଣା, ଯାହାର ଏହି ରାୟ ସହ ସଂପର୍କ ରହିଛି ।

ଭୁବନେଶ୍ୱରରେ ପ୍ରଥମ ଦେଖା । ସଂଗୀତକୁ ନେଇ ସଂପର୍କ ଆରମ୍ଭ । ପରେ ସୋସିଆଲ୍ ମିଡିଆ ମାଧ୍ୟମରେ ଯୋଗାଯୋଗ । ଧୀରେ ଧୀରେ ସଂପର୍କ ନିବିଡ ହୋଇଛି ଏବଂ ବିବାହ ପ୍ରତିଶ୍ରୁତି ସହ ଦୁହିଁଙ୍କର ମଧ୍ୟରେ ହୋଇଛି ଶାରିରୀକ ସଂପର୍କ । ଏହା ପରେ ପ୍ରତାରଣା । ଏହା ହେଉଛି ଜଣେ ଗାୟିକା ଓ ସଂଗୀତ ନିର୍ଦ୍ଦେଶକ ଦୀପୁ ଦାସ ମହାପାତ୍ରଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ଓ ପ୍ରତାରଣାର କାହାଣୀ ।

୩ ବର୍ଷର ସଂପର୍କ ପରେ ହଠାତ ବିବାହ କରିବାକୁ ମନା କରିଦେଇଛନ୍ତି ଦୀପୁ ଏବଂ ଏବେ ନ୍ୟାୟ ପାଇବା ଆଶାରେ ମହିଳା ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ମୁମ୍ବାଇ ଗାନ୍ଧର୍ବ ସଂଗୀତ ମହାବିଦ୍ୟାଳୟର ଏହି ଛାତ୍ରୀ ଜଣକ ।
ବିବାହ ପାଇଁ ପ୍ରତିଶ୍ରୁତି, ଏହା ପରେ ଶାରିରୀକ ସଂପର୍କ ପୁଣି ବିବାହ ପାଇଁ ଯୁବକ ଜଣକ ମନା କରିବା ଘଟଣା । ଦେଖିବାର କଥା ହେଉଛି ପୁଲିସ ଓ ନ୍ୟାୟାଲୟ ଏହି ମାମଲାକୁ କିଭଳି ନେଉଛନ୍ତି ।