ଗୋଟିଏ ସ୍କୁଲରେ ଏକାଠି ପଢ଼ନ୍ତି ବଲିଉଡ ଷ୍ଟାର ଓ କ୍ରିକେଟ ଷ୍ଟାରଙ୍କ ପିଲା : ଜାଣନ୍ତୁ ସ୍କୁଲର ନାଁ, ଫିସ ଓ ପଢୁଥିବା ଷ୍ଟାର କିଡସଙ୍କ ନାମ

50

ଫିଲ୍ମଷ୍ଟାରଙ୍କ ପିଲା ସବୁବେଳେ ଚର୍ଚ୍ଚାରେ ଥାନ୍ତି , କାହିଁକିନା ସେମାନେ ଷ୍ଟାରଙ୍କ ପିଲା । ସାଧାରଣ ପିଲାଙ୍କ ଭଳି ଷ୍ଟାରଙ୍କ ପିଲା ବି ସ୍କୁଲ ଯାନ୍ତି । କିନ୍ତୁ ସେମାନଙ୍କ ସ୍କୁଲ ସେମିତି ନଥାଏ, ଯେଉଁଠି ସାଧାରଣ ପିଲା ପଢନ୍ତି । ତାଙ୍କ କଲରର ବଟନ ବନ୍ଦ କରାଯାଏ ନାହିଁ ଓ ଚୁଟିରେ ଫିତା ମଧ୍ୟ ବନ୍ଧାଯାଏନି । ତେବେ ମୁମ୍ବାଇରେ ଏକ ସ୍କୁଲ ଅଛି, ଯେଉଁଠି ଅଧିକାଂଶ ଷ୍ଟାରଙ୍କ ପିଲା ପଢ଼ିସାରିଛନ୍ତି ବା ପଢ଼ିବା ପାଇଁ ଯାଆନ୍ତି । ସେହି ସ୍କୁଲର ନାମ ହେଉଛି ଧୀରୁଭାଇ ଅମ୍ବାନୀ । ସହଜରେ ପରିଲକ୍ଷିତ ହେଉଛି ଯେ, ଏହି ସ୍କୁଲକୁ ଅମ୍ବାନୀ ପରିବାରର ଲୋକେ ନିର୍ମାଣ କରିଛନ୍ତି । ଏହି ସ୍କୁଲର ଫାଉଣ୍ଡର ଓ ଅଧ୍ୟକ୍ଷ ହେଉଛନ୍ତି ନୀତା ଅମ୍ବାନୀ । ଆମେ ସମସ୍ତେ ଦେଖୁଥିବା କି ନୀତା ଅମ୍ବାନୀର ବଲିଉଡ ଜଗତ ସହିତ ଗଭୀର ବନ୍ଧୁତା ଅଛି । ଆସନ୍ତୁ ଜାଣିବା ଧୀରୁଭାଇ ଅମ୍ବାନୀ ସ୍କୁଲର ଫିସ ବାବଦରେ । ଧୀରୁଭାଇ ଅମ୍ବାନୀ ସ୍କୁଲର ଫିସ ଏତିକି, ଯେତିକିରେ କାନପୁରର ପୁରା ମୋହଲ୍ଲା ପଢ଼ିପାରିବ ।

ଲୋୟର କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ : ୧,୭୦,୦୦୦

ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ : ୧,୮୫,୦୦୦

ସ୍କୁଲର ଫିସ ଅଧିକ ଥିବାରୁ, ଏଠି ସୁଯୋଗ ବି ବେଶୀ । ପ୍ରିନ୍ସଟନ ଏବଂ ୟେଲ ଭଳି ୟୁନିଭର୍ସିଟିକୁ ଯାନ୍ତି ଏହି ସ୍କୁଲର ପିଲା । ଆସନ୍ତୁ ଜାଣିବା ଏହି ସ୍କୁଲରେ ପଢ଼ୁଥିବା ଓ ପଢ଼ିସାରିଥିବା ଷ୍ଟାର ପିଲାଙ୍କ ନାମ :

୧. ଅର୍ଜ୍ଜୁନ ଓ ସାରା ତେନ୍ଦୁଲକର( ସଚିନ ଓ ଅଂଜଳି ତେନ୍ଦୁଲକରଙ୍କ ପିଲା)

୨. ସୁହାନା ଏବଂ ଆର୍ୟନ ଖାନ (ଶାହରୁଖ ଓ ଗୈାରୀ)

୩. ଆରାଧ୍ୟା ବଚ୍ଚନ ( ଐଶ୍ୱର୍ଯ୍ୟା ଓ ଅଭିଶେକ )

୪. ଜାହ୍ନବୀ କପୁର ( ଶ୍ରୀଦେବୀ ଓ ବୋନି କପୁର)

୫. ରେହାନ ଓ ରିଦାନ ରୋଶନ( ହ୍ରିତିକ ଓ ପୂର୍ବ ପତ୍ନୀ ସୁଜେନ)

୬. ଇରା ଖାନ ( ଆମିର ଖାନ ଓ ପୂର୍ବ ପତ୍ନୀ ରୀନା)

୭. ଶକ୍ୟା ଓ ଅକିରା ଅଖତର (ଫରହାନ ଓ ଅଧୁନା)

୮. ଅନ୍ୟା, ଦୀବା ଓ ତାଜାର କୁନ୍ଦର ( ଫରାହ ଖାନ ଓ ଶିରିଷ କୁନ୍ଦର)