କଥା ଦେଇ ରହିଗଲେ ନେତା, ଗୁହାରି ଶୁଣିଲାନି ପ୍ରଶାସନ । ଶେଷରେ ନିଜ ଗାଁ ପାଇଁ ମିଳିମିଶି ନଦୀ ଉପରେ ତିଆରି କଲେ କାଠ ପୋଲ

110

କନକ ବ୍ୟୁରୋ: ସରକାର ଯୋଜନା  କରିଛନ୍ତି, ଅର୍ଥ ରାଶି  ବି ରଖିଛନ୍ତି । କିନ୍ତୁ ପ୍ରତିଶୃତି ଦେଇ ପାଳନ କରୁନାହାନ୍ତି ନେତା କି ପ୍ରଶାସନ ।  ଜଣେ ଅନ୍ୟ ଜଣଙ୍କୁ ଦେଉଛନ୍ତି ଦାୟୀ । ପୋଲ ନଥିବା ଯୋଗୁଁ ବର୍ଷ ବର୍ଷ ଧରି  ଫୁଣ୍ଡାଗୁଡ଼ା ବାସୀଙ୍କୁ ଦାଉ ସାଧୁଛି ପୋଡ଼ ନଦୀ ।  କୋରାପୁଟ ଜିଲ୍ଳା ଦଶମନ୍ତପୁର ବ୍ଳକର ୧୫ ଖଣ୍ଡ ଗ୍ରାମ ପାଇଁ  ନଦୀ ସାଜିଛି ବାଧକ । ନା ଆମ୍ବୁଲାନସ ଯାଇପାରୁଛି  ନାଁ ଗାଡ଼ି, ଚାଉଳ ଆଣିବାକୁ ହେଲେ  ନଦୀ ପାର ପାଇଁ ଜୀବନକୁ ବାଜି ଲଗାଇବାକୁ ପଡ଼ୁଛି, ପୁଣି  ନଦୀ ପାର ହେଲେ ମିଳୁଛି ପାଠ । ବର୍ଷା ହେଲେ ସବୁ ବନ୍ଦ । ଗୁରୁତର ରୋଗୀ ନିଜ ଭାଗ୍ୟକୁ ଆଦରି ପଡ଼ିରହିବା ଛଡ଼ା ଆଉ କିଛି ଉପାୟ ନାହିଁ ।

କୋଲାବ ଡ଼୍ୟାମର ଶାଖା ନଦୀ ରୁପେ ରହିଥିବା ଏହି ପୋଡ଼ ନଦୀର ପାଣି ସିଧାସଳଖ ମୁରାମ ଡ଼୍ୟାମରେ ମିଶୁଛି ଯାହାକି ୧୫ ଗ୍ରାମ ( ଫୁଣ୍ଡାଗୁଡ଼ା, ଭଣ୍ଡିସିଲ, ସଙ୍କାବାଡ଼, କାଳିଆମ୍ବ, କସକଟା, କିରାମ୍ବ, ମାଳାମ୍ବ, ଜଗାପଦର, ତୁରାଇ ଘାଟି, ଡ଼କ୍ରୀବେଡ଼ା, ଡ଼େଙ୍ଗା ଗୁଡ଼ା,)କୁ ବହୁ ବର୍ଷ ଧରି ଅଲଗା କରି ରଖିଛି । ନଦୀ ପାର ହେଲେ ଏହି ଗ୍ରାମ ବାସୀମାନଙ୍କୁ ମିଳୁଛି ଜୀବନ ଜୀବିକା । ବ୍ଳକଠାରୁ ମାତ୍ର ୧୨ କିମି ଦୁର ହୋଇଥିବା ବେଳେ ମାତ୍ର ୩ କିମି ରାସ୍ତାରେ ରହିଛି ଖରାପ ରାସ୍ତା ଓ ନଦୀ ।

ବର୍ଷ ବର୍ଷ ଧରି ଗ୍ରାମ ବାସୀ ଏହି ନଦୀ ଉପରେ ପୋଲ ଖଣ୍ଡିଏ ନିର୍ମାଣ  ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ନେତା ପ୍ରତିଶୃତିରେ ଆଉ ପ୍ରଶାସନ ଗୁହାରିରେ ରହିଗଲେ, ଶେଷରେ କିଛି ଉପାୟ ନ ପାଇ ଏହି ଗ୍ରାମ ବାସୀ ମାନେ ନିଜେ ଜଙ୍ଗଲରୁ କାଠ ଆଣି ପାଳି କରି ନଦୀ ଉପରେ ତିଆରି କଲେ ଏକ କାଠ ପୋଲ,  ବିଡ଼ମ୍ବନାର ବିଷୟ ବର୍ଷାଦିନେ ଏହି ପୋଲ ଭାସି ଯାଉଛି ନିଜର ଜୀବନକୁ ବାଜି ଲଗାଇ ନଦୀ ପାର ହେବାକୁ ପଡ଼ୁଛି ତେବେ ଯାଇ ଘର ସସାଂର ଚଳୁଛି । ପ୍ରତି ବର୍ଷ ପୁଣି ବର୍ଷା ପରେ ଏପରି ମିଳିମିଶି କରୁଛନ୍ତି ପୋଲ । ବର୍ତମାନ ଗ୍ରାମବାସୀ ସ୍ଥାୟୀ ପୋଲ ଦାବି ଜଣାଇଛନ୍ତି ନଚେତ୍ ଭୋଟ ବର୍ଜନ କରିବୁ ବୋଲି ଜିଲ୍ଳାପାଳଙ୍କୁ  ଦେଇଛନ୍ତି ଚେତାବନି  ।

ତେବେ ଗାଁର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି, ପୋଲ ନିର୍ମାଣ ପାଇଁ ଜିଲ୍ଳାରେ ୧୮ କୋଟି ଟଙ୍କା ମଞୁର କରାଯାଇଥିଲା କୌଣସି କାରଣ ବସତ ଏହା ବନ୍ଦ ହୋଇଗଲା, ପୁଣି ଜିଲ୍ଳା ପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହେବ ସେଥିରେ ଏହି ଗାଁର ସମସ୍ୟା ସମାଧାନ ହୋଇଯିବ ବୋଲି ସାସଂଦ କହିଥିବା ବେଳେ, ବିଧାୟକ କହିଛନ୍ତି ଏଥି ପାଇଁ  ମତେ ଆହୁରି ୫ ବର୍ଷ ସମୟ ମିଳିଲେ କରିଦେବି, ଏହାକୁ ନେଇ ମୁ ଅନଶନ କରିଥିଲି, ଜିଲ୍ଳାପ୍ରଶାସନ କଥା ଦେଇଛନ୍ତି କରିବେ ବୋଲି ରାଜ୍ୟ ସରକାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ କରି ଖାଲି କଲ୍ୟାଣ ମଣ୍ଡପ ତିଆରି କରୁଛନ୍ତି ସେଥିରେ ବିକାଶ ହେବ ନାହିଁ ରାସ୍ତା କଲେ ବିକାଶ ହେବ ବୋଲି କହିଛନ୍ତି ଲକ୍ଷ୍ମୀପୁର ବିଧାୟକ ।