କୋହଳ ହେଲା କଟକଣା ! ଫେବ୍ରୁଆରୀ ୨୦ରୁ ଉଠାଇ ପାରିବେ ୫୦ହଜାର ପର୍ଯ୍ୟନ୍ତ ଟଙ୍କା

25

କନକ ବ୍ୟୁରୋ : ଟଙ୍କା ଉଠାଣ କଟକଣା କୋହଳ ହେଲା । ଟଙ୍କା ଉଠାଣ ସୀମାକୁ ନେଇ ଥିବା କଟକଣାକୁ କୋହଳ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଫେବୃୟାରୀ ୨୦ରୁ ଏଣିକି ସଂଚୟ ଖାତାରୁ ସାପ୍ତାହିକ ଉଠାଇ ହେବ ୫୦ହଜାର ଟଙ୍କା । ସେହିପରି ମାର୍ଚ୍ଚ ୧୩ରୁ ଟଙ୍କା ଉଠାଣ ନେଇ ଥିବା ସମସ୍ତ କଟକଣା ହଟିବ । ନିଜ ଜମା ଖାତାରୁ ଯେତେ ଇଛା ସେତେ ଟଙ୍କା ଉଠାଇ ପାରିବ । ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ।

ଉର୍ଜିତ ଆହୁରି ମଧ୍ୟ କହିଛନ୍ତି ଜାନୁୟାରୀ ୨୭ ସୁଦ୍ଧା ୯.୯୨ଲକ୍ଷ କୋଟି ଟଙ୍କା ମୂଲ୍ୟର ନୂଆ ନୋଟ୍ ବଜାରରେ ଉପଲବ୍ଧ ହେଉଛି । ତେଣୁ ଖୁବ୍ ଶିଘ୍ର ସମସ୍ତ ଆର୍ଥୀକ ସମସ୍ୟାର ସମାଧାନ ହୋଇଯିବ । ଏବେ ସପ୍ତାହକୁ ୨୪ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ କରାଯାଇ ପାରୁଛି । ନଭେମ୍ବର ୮ରେ ବିମୁଦ୍ରାକରଣ ଘୋଷଣା ପରେ ଟଙ୍କା ଉଠାଣ ଉପରେ କଟକଣା ଜାରି ହୋଇଥିଲା ।