ମାର୍କେଟକୁ ଆସିଲା କାର ଭଳି ଫିଚର୍ସର ସ୍କୁଟର : କମ ଖର୍ଚ୍ଚରେ ଚାଲିବ ୧୫୦ କିମି । ଜାଣନ୍ତୁ ଆହୁରି ଅନେକ ଫିଚର୍ସ ଓ ଦାମ

159

ଓକିନାୱା ଡିସେମ୍ବର ମାସରେ ଇଣ୍ଡିଆନ ଅଟୋ ମାର୍କେଟରେ ନିଜର ନୂଆ ଇ-ସ୍କୁଟର ‘ପ୍ରେଜ’ ଲଂଚ କରିଥିଲା । ଏବେ ସ୍କୁଟରର ବିକ୍ରି ଆରମ୍ଭ ହୋଇଯାଇଛି । ଏହା ପ୍ରଥମ ଏମିତି ସ୍କୁଟର, ଯାହା ବ୍ୟାଟେରୀରେ ସବୁଠାରୁ ବେଶି ମାଇଲେଜ ଦିଏ । କମ୍ପାନୀ ଦାବି କରୁଛି କି ବ୍ୟାଟେରୀ ଫୁଲ ଚାର୍ଜ କରିବା ପରେ ୧୭୦ କିମି ପର୍ଯ୍ୟନ୍ତ ଚାଲିପାରିବ । ଟେଷ୍ଟିଙ୍ଗ ସମୟରେ ଏହାର ମାଇଲେଜ ୧୫୦ କିମି ହେଲା । ଏହାର ଦିଲ୍ଲୀ ଏକ୍ସ୍ର-ଶୋରୁମର ଦାମ ୬୫ ହଜାର ଟଙ୍କା । ଏହା ପୂର୍ବରୁ ଓକିନାୱା ରିଜ ନାମକ ଇ-ସ୍କୁଟର ଲଂଚ କରିସାରିଛି ।

• ଏହି ସ୍କୁଟରରେ ୭୫ ୱାଟ ଏବଂ ଅନ୍ୟଟି ୪୫ ୱାଟ AH VRLA ର ଲିଥିୟମ ଇଓନ ବ୍ୟାଟେରୀ ଅଛି । ଟର୍ବୋ ଚାର୍ଜର ଦ୍ୱାରା ଏହାର ବ୍ୟାଟେରୀ ୨ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ ।

• ସ୍କୁଟରରେ ଟର୍ବୋ ସୁଇଚ ଦିଆଯାଇଛି । ଯାହାକୁ ଦବାଇବା ପରେ ଏହାର ଟପ ସ୍ପିଡ ୭୫ କିମି ପ୍ରତି ଘଣ୍ଟା ହୋଇଥାଏ ।

• ବ୍ୟାଟେରୀକୁ ଚାର୍ଜ କରିବା ସମୟରେ ପାଖାପାଖି ୩ ୟୁନିଟ ଖର୍ଚ୍ଚ ହୁଏ । ଅର୍ଥାତ ପାଖାପାଖି ୨୦ ଟଙ୍କା ଖର୍ଚ୍ଚ କରିକି ଏହାକୁ ୧୫୦ କିମି ପର୍ଯ୍ୟନ୍ତ ଚଲାଇପାରିବେ ।

• ଏହାର ଚାବି କାର ଭଳି । ଏଥିରେ ସ୍କୁଟରକୁ ଲକ୍-ଅନଲକ୍ କରାଯାଇପାରିବ । ଏହା ସହିତ ଲାଇଟକୁ ବନ୍ଦ କରିପାରିବେ ।

• ପ୍ରେଜରେ ୩ଟି ଆଡଭାନ୍ସ ଡ୍ରାଇଭିଙ୍ଗ ମୋଡ ଦିଆଯାଇଛି । ଏଥିରେ ପ୍ରଥମ ଇସିଓ, ଅନ୍ୟଟି ସ୍ପୋର୍ଟି ଏବଂ ତୃତୀୟଟି ଟର୍ବୋ ।

• ଆପଣ ସହର ଓ ହାଇୱେ ମୁତାବକ ଡ୍ରାଇଭିଙ୍ଗ ମୋଡ ସେଟ କରିପାରିବେ । ଏଥିରେ କାର ଭଳି ଆଡଭାନ୍ସ ସେନ୍ସର ବି ପାଇବେ ।

• ଏଥିରେ ଡେ-ଟାଇମ ବାଲା ଏଲଇଡି ହ୍ୟାଣ୍ଟଲ୍ୟାମ୍ପ ଅଛି । ଏହ ସହ ଏଲଇଡି, ଟେଲଲାଇଟ ଏବଂ ଇଣ୍ଡିକେଟର୍ସ ମିଳିବ ।

• ଏଥିରେ ୧୨ ଇଂଚର ଚକା ଦିଆଯାଇଛି । ଆଗ ଚକାରେ ଟ୍ୱିନ ଏବଂ ପଛ ଚକାରେ ସିଙ୍ଗଲ ଡିସ୍କ ବ୍ରେକ ଦିଆଯାଇଛି ।