ମଣିଷମାନଙ୍କ କାରଣରୁ ବନ୍ୟଜୀବଙ୍କ ଅସ୍ତିତ୍ୱ ଉପରେ ଆସୁଛି ବିପଦ : ବଂଚିବା ପାଇଁ ନିଶାଚର ହେଉଛନ୍ତି ଜୀବ

39

ମଣିଷର କାର୍ଯ୍ୟକଳାପ ଯୋଗୁଁ ପୃଥିବୀରେ ଥିବା ସ୍ତନ୍ୟପାୟୀ ପ୍ରାଣୀଙ୍କ ବ୍ୟବହାରରେ ପରିବର୍ତ୍ତନର ଖବର ଆସିଛି । ଏକ ଅନୁସଂଧାନରୁ ଜଣାପଡିଛି ଯେ, ମଣିଷଙ୍କ ଠାରୁ ନିଜକୁ ବଂଚାଇବା ପାଇଁ ସ୍ତନ୍ୟପାୟୀ ଜୀବ ନିଶାଚର ହେଉଛନ୍ତି । ଜର୍ନାଲ ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନରେ ପ୍ରଥମ ଥର ଏହା ସାମନାକୁ ଆସିଛି ଯେ, ମାନବିକ କ୍ରିୟାକଳାପ ଠାରୁ ପ୍ରଭାବିତ ହୋଇ ବନ୍ୟଜୀବ କିପରି ନିଜର ନିତିଦିନିଆ କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣୁଛନ୍ତି ।

ମାନବୀୟ ଗତିବିଧି ଠାରୁ ହଇରାଣ ହୋଇ ଏକ ବଡ ପ୍ରାକୃତିକ ନିଶାଚର ଜୀବଙ୍କ ଦୁନିଆ ପ୍ରସ୍ତୁତ ହେଉଛି । ଗବେଷକମାନେ ୬ ମହାଦ୍ୱୀପ ର ୬୨ ପ୍ରଜାତିଙ୍କ ଆକଳନରୁ ବିଶ୍ଲେଷଣ କଲେ । ଏହି ଆକଳନରୁ ସେମାନେ ଏହା ବୁଝିବାକୁ ଚେଷ୍ଟା କଲେ ଯେ ମାନବିକ ଗତିବିଧି କାରଣରୁ ପ୍ରାଣୀଙ୍କ ନିିତିଦିନିଆ ଦିନଚର୍ଯ୍ୟାରେ କେଉଁ ପ୍ରକାରର ପରିବର୍ତ୍ତନ ଆସୁଛି ?

ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ଗବେଷକ କ୍ୟାଟଲିନ୍ ଗେନର୍ କହିଲେ ଯେ, ମଣିଷଙ୍କ ତରଫରୁ ଉପସ୍ଥାପିତ କରାଯାଉଥିବା କୈାଣସି ବି ଅସୁବିଧା ଉପରେ ବନ୍ୟଜନ୍ତୁ ଦୃଢ଼ ପ୍ରତିକ୍ରିୟା ଦିଅନ୍ତି । ଆମର ଅସ୍ତିତ୍ୱ ହିଁ ତାଙ୍କ ଜୀବନର ପ୍ରାକୃତିକ କ୍ରିୟାକଳାପକୁ ବାଧା ଦେବା ପାଇଁ ଯଥେଷ୍ଟ ହୋଇଥାଏ ।