ଏଫସିଆଇରେ ବାହାରିଲା ୪୧୦୩ ଟି ପୋଷ୍ଟ୍ ! ଚାକିରୀ କରିବାକୁ ଚାହୁଁଥିଲେ ଆଜି ହିଁ ଆବେଦନ କରନ୍ତୁ ।

ଏହି ପଦବୀ ପାଇଁ ଆବେଦନ ଫେବୃୟାରୀ ୨୮ ତାରିଖ ୨୦୧୯ ରୁ ଆରମ୍ଭ ହୋଇଯିବ ।

775

ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ତରଫରୁ ୪୧୦୩ ଟି ପଦବୀ ପାଇଁ ଆବେଦନ ବାହାରି ଯାଇଛି । ଏହି ପଦବୀ ପାଇଁ ଆବେଦନ ଫେବୃୟାରୀ ୨୮ ତାରିଖ ୨୦୧୯ ରୁ ଆରମ୍ଭ ହୋଇଯିବ । ଏହି ଭେକେନ୍ସୀରେ ଜେଇ,ଷ୍ଟେନୋ,ଟାଇପିଷ୍ଟ ଏବଂ ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି । ଆବେଦନର ଅନ୍ତିମ ତାରିଖ ୨୫ ମାର୍ଚ୍ଚ ୨୦୧୯ । ଭେକେନ୍ସୀ ସହ ସମ୍ବନ୍ଧୀତ ସମ୍ପୁର୍ଣ୍ଣ ବିବରଣୀ ଏଫସିଆଇର ଅଫିସିଆଲ୍ ୱେବସାଇଟ୍ fci.gov.in ରେ ଉପଲବ୍ଧ ରହିଛି । ୪୧୦୩ ଭ୍ୟାକେନ୍ସୀରୁ ୧୦ ପ୍ରତିଶତ ଅର୍ଥାତ୍ ୩୮୮ ଭ୍ୟାକେନ୍ସୀ ସାମାନ୍ୟ ରୁପେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।

ଶୈକ୍ଷିକ ଯୋଗ୍ୟତା : ଅଲଗା ଅଲଗା ପଦବୀ ପାଇଁ ଯୋଗ୍ୟତା ମଧ୍ୟ ଭିନ୍ନ ରହିଛି । କିନ୍ତୁ ସବୁ ପାଇଁ ଗ୍ରାଜୁଏସନ୍ କରିବା ଅନିବାର୍ଯ୍ୟ କରାଯାଇଛି । ଅଧିକ ବିବରଣୀ ଏଫସିଆଇର ୱେବସାଇଟରେ ଆପଣଙ୍କୁ ମିଳିଯିବ ।

ଚୟନ ପ୍ରକ୍ରିୟା : ଅନଲାଇନ୍ ପରୀକ୍ଷା ମାଧ୍ୟମରେ ଚୟନ ପ୍ରକ୍ରିୟା ଆରମ୍ଭ ହେବ । ଯାହା ପରେ ସ୍କିଲ୍ ଟେଷ୍ଟ୍ ଏବଂ ଦସ୍ତାବିଜ ସତ୍ୟାପଣ ହେବ । ପରୀକ୍ଷା ତାରିଖରୁ ୧୫ ଦିନ ପୂର୍ବରୁ ଆଡମିଟ୍ କାର୍ଡ ଉପଲବ୍ଧ ହେବ ।

କିଭଳି କରିବେ ଆବେଦନ : ଏହି ପଦବୀ ପାଇଁ ୨୮ ଫେବୃୟାରୀରୁ ଆବେଦନ ଆରମ୍ଭ ହୋଇଯିବ । ୨୮ ତାରିଖ ଦିନ ୧୦ ଟାରୁ ୩୦ ମାର୍ଚ୍ଚ ରାତି ୧୨ ଟା ପର୍ଯ୍ୟନ୍ତ ଆପଣ ଆବେଦନ କରିପାରିବେ । ଏବେ ଅନଲାଇନ୍ ଆବେଦନ ପାଇଁ ଲିଙ୍କ୍ ଆକ୍ଟିଭେଟ୍ କରାଯାଇନାହିଁ । ଲିଙ୍କ୍ ଆକ୍ଟିଭେଟ୍ ପରେ ଆପଣ ଆବେଦନ କରିପାରିବେ ।

୧ . ଏଫସିଆଇର ଅଫିସିଆଲ୍ ୱେବସାଇଟ୍ www.fci.gov.in କୁ ଖୋଲନ୍ତୁ ।

୨ . ୱେବସାଇଟ୍ ଉପରେ ହିଁ Current Recruitment ର ଲିଙ୍କ୍ ରହିଛି । ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

୩ . ଭ୍ୟାକେନ୍ସି North, East, West, South, North-East Zone ପାଇଁ ବାହାରିଛି । ଆପଣ ଠିକ୍ ରୁପେ ଚୟନ କରି ସବୁ ଡିଟେଲ୍ସ ସବମିଟ୍ କରନ୍ତୁ ।