ଆସନ୍ତା ବର୍ଷ ଫେସବୁକ୍ ଲଞ୍ଚ୍ କରିବ ନିଜର ଇଣ୍ଟରନେଟ୍ ସାଟେଲାଇଟ୍ ‘ଏଥେନା’ ! ଦୁନିଆର କୋଣ କୋଣରେ ପହଚିଂବ ଇଣ୍ଟରନେଟ୍ ସେବା ।

42

କୋଟି କୋଟି ଲୋକ ଯେଉଁମାନେ ବର୍ତ୍ତମାନ ଅଫଲାଇନ୍ ଅଛନ୍ତି ସେମାନଙ୍କୁ ନିଜ ସହ ଯୋଡିବା ପାଇଁ ପପୁଲାର୍ ସୋସିଆଲ୍ ସାଇଟ୍ ଫେସବୁକ୍ ନିଜର ଇଣ୍ଟରନେଟ୍ ଉପଗ୍ରହ ବା ସାଟେଲାଇଟ୍ ‘ଏଥେନା’ ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତ କରିସାରିଲାଣି । ଯାହାକୁ ୨୦୧୯ ର ପ୍ରାରମ୍ଭରେ ସ୍ଥାପିତ କରାଯିବାର ପ୍ଲାନିଙ୍ଗ୍ କରାଯାଇଛି । ବ୍ରଡବ୍ୟାଣ୍ଡ ପହଞ୍ଚାଇବା ପାଇଁ ଡିଜାଇନ୍ କରାଯାଇଛି ।

ଫେସବୁକର ଜଣେ ପ୍ରବକ୍ତାଙ୍କ ମତରେ ବର୍ତ୍ତମାନ ଆମ ପାଖରେ ଏହି ସାଟେଲାଇଟ୍ ଯୋଜନା ଉପରେ କହିବାପାଇଁ କିଛି ସଂରଞ୍ଜାମ ନାହିଁ ,ଆମେ ଜାଣିଛୁ ଯେ ଏହି ସାଟେଲାଇଟ୍ ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଗ୍ରାମୀଣ ସ୍ତରର ଲୋକମାନଙ୍କ କ୍ଷେତ୍ରରେ ସୁବିଧାରେ ଇଣ୍ଟରନେଟ୍ ପହଞ୍ôଚ ପାରିବ । ଯେଉଁଠି ନେଟୱର୍କର ଅସ୍ତିତ୍ୱ ନାହିଁ ସେଠାରେ ମଧ୍ୟ ଲୋକ ଏହି ସୁବିଧାର ଲାଭ ଉଠାଇ ପାରିବେ ।